ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆବର୍ଷ ୨୦୨୪କୁ ସ୍ଵାଗତ କରିବା ପାଇଁ ସମସ୍ତଙ୍କ ମନରେ ଭରି ରହିଛି ଉତ୍ସାହ। ଲୋକଙ୍କ ଆଗ୍ରହକୁ ଦେଖି ବିଭିନ୍ନ ବାର୍ ଏବଂ ତାରକା ହୋଟେଲଗୁଡ଼ିକରେ ସ୍ଵତନ୍ତ୍ର ଆୟୋଜନ କରାଯିବ। ନୂଆବର୍ଷ ସେଲିବ୍ରେସନ ପାଇଁ କାହାର କେତେ ଯୋଜନା ରହିଛି। ଜିରୋନାଇଟ୍ ଏବଂ ନୂଆବର୍ଷ ସେଲିବ୍ରେସନ ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ ଜାରି କରାଯାଇଛି ଗାଇଡଲାଇନ୍।

ବିଶେଷ କରି ରାଜଧାନୀ ଭୁବନେଶ୍ଵରରେ ଥିବା ବାର୍ ଓ ତାରକା ହୋଟେଲଗୁଡ଼ିକରେ କିପରି ନୂଆ ବର୍ଷ ସେଲିବ୍ରେସନ କରାଯିବ, ତାକୁ ନେଇ ଗାଇଡଲାଇନ୍ ଜାରି ହୋଇଛି। ଏହାକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ହୋଟେଲ ଏବଂ ବାର୍ ମାଲିକମାନଙ୍କ ସହିତ ଆଲୋଚନା କରାଯାଇଛି।

ନୂଆବର୍ଷ ସେଲିବ୍ରେସନ ଅବସରରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଭୁବନେଶ୍ଵର ଡିସିପିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଗାଇଡଲାଇନ୍ ଅନୁସାରେ ବାର୍ ଓ ହୋଟେଲଗୁଡ଼ିକ ରାତି ୧୨ଟା ୩୦ ଯାଏଁ ଖୋଲା ରହିବ। ଅଧିକ ସମୟ ଖୋଲିବା ପାଇଁ ସ୍ଵତନ୍ତ୍ର ଅନୁମତି ନେବାକୁ ପଡ଼ିବ। ବାର୍ ଏବଂ ହୋଟେଲଗୁଡ଼ିକରେ ମଦ୍ୟପାନ ନିଷେଧ କରିବାକୁ ନିର୍ଦ୍ଦେଶ ରହିଛି।

ଏହି ସମୟରେ ରାଜଧାନୀର ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଭୁବନେଶ୍ଵରରେ ସୁରକ୍ଷା ପାଇଁ ନିୟୋଜିତ ହେବେ ୨୦ ପ୍ଲାଟୁନ ପୋଲିସ ଫୋର୍ସ। ଡିସେମ୍ବର ୩୧ ତାରିଖ ଅପରାହ୍ଣରୁ ସମ୍ବେଦନଶୀଳ ସ୍ଥାନ ଏବଂ ବିଭିନ୍ନ ତାରକା ହୋଟେଲ ସମ୍ମୁଖରେ ପଇଁତରା ମାରିବ ପୋଲିସ। ମଦୁଆଙ୍କ ଉପରେ ନଜର ରଖିବାକୁ ୫ଟି ସ୍ଵତନ୍ତ୍ର ପିସିଆର ଭ୍ୟାନ ରାଜଧାନୀରେ ବୁଲିବ।

Tags: #NewYearCelebration #GuidelineforNewYearCelebration #CommissioneratePolice

LEAVE A REPLY

Please enter your comment!
Please enter your name here