ଓଡ଼ିଶାଲାଇଭ୍ ବ୍ୟୁରୋ

ନବେ ଦଶକର ଜଣେ ସଫଳ ନାୟିକା ଥିଲେ ଅଭିନେତ୍ରୀ ଜ୍ୟୋତି ମିଶ୍ର। ଓଡ଼ିଆ ସିନେମା ଜଗତରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ଜ୍ୟୋତି ମିଶ୍ର ହଠାତ୍ କେଉଁଆଡ଼େ ହଜି ଯାଇଥିଲେ। ପରଦାରେ ଜ୍ୟୋତିଙ୍କୁ ନଦେଖି ନିରାଶ ହେଉଥିଲେ ଓଡ଼ିଆ ସିନେପ୍ରେମୀ। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା, କୁଆଡ଼େ ଗଲେ ଜ୍ୟୋତି ମିଶ୍ର?

ଜ୍ୟୋତି ଅଭିନୟରୁ ଦୂରେଇ ଯିବାର ଏକମାତ୍ର କାରଣ ଥିଲା ମା’ର ମମତା। ମା’ ହେବାର ସୌଭାଗ୍ୟ ପାଇବା ପରେ ନିଜ ପୁଅର ପିଲାବେଳକୁ ମିସ କରିବାକୁ ଚାହଁନଥିଲେ ସେ। ଠିକ୍ ଭାବେ ପୁଅର ଯତ୍ନ ନେଇ ତାକୁ ଭଲ ମଣିଷଟିଏ କରି ଗଢ଼ିତୋଳିବାକୁ ଲକ୍ଷ୍ୟ ରହିଥିଲା ଜ୍ୟୋତିଙ୍କର। ସେଥିପାଇଁ ପୁଅ ବଡ଼ ହେବା ପର୍ଯ୍ୟନ୍ତ ଅଭିନୟଠାରୁ ଦୂରେଇ ରହିବାକୁ ନିଷ୍ପତି ନେଇଥିଲେ ଜ୍ୟୋତି। ଏବେ ସେ ପୁଣି ଫେରିଛନ୍ତି ପରଦାକୁ।

Tags: #OllywoodCinema #Actress #Acting #Career #JyotiMishra

LEAVE A REPLY

Please enter your comment!
Please enter your name here