ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବନାଞ୍ଚଳର ଫଟାମୁଣ୍ଡା ଗ୍ରାମରେ ବେଆଇନ ଭାବେ କଲତରିଆ ବାଘ ଛାଲ ବିକ୍ରି ପାଇଁ ଡିଲ୍ ହେଉଥିଲାବେଳେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବଲାଙ୍ଗିର ବନ ବିଭାଗ। ଅଭିଯୁକ୍ତମାନଙ୍କଠାରୁ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରାଯାଇଛି।

କଣ୍ଟାମାଳ ବନାଞ୍ଚଳର ଫଟାମୁଣ୍ଡା ଗ୍ରାମରେ କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଡିଲ୍ ହେଉଥିବା ବଲାଙ୍ଗିର ବନ ବିଭାଗ ଖବର ପାଇଥିଲା। ବଲାଙ୍ଗିର ବନଖଣ୍ଡ ଅଧିକାରୀ ନୀତେଶ କୁମାରଙ୍କ ନେତୃତ୍ଵରେ ଗଠିତ ଟିମ୍ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା କୋଟଗାଁରେ ଚଢ଼ାଉ କରି ମୁକେଶ ମନହିରାଙ୍କୁ ଗିରଫ କରି  ପଚାରାଉଚରା କରିଥିଲା।

କଣ୍ଟାମାଳ ବନାଞ୍ଚଳର ଫଟାମୁଣ୍ଡା ଗ୍ରାମରେ କଲରାପତରିଆ ବାଘ ଛାଲ ଥିବା ମୁକେଶ ବନ ବିଭାଗ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ମୁକେଶଙ୍କ ସୂଚନା ଆଧାରରେ ବଲାଙ୍ଗିର ବନ ବିଭାଗ ପକ୍ଷରୁ ଫଟାମୁଣ୍ଡା ଗ୍ରାମର ଦିବ୍ୟଶଙ୍କର ବଗର୍ତ୍ତୀଙ୍କ ଘରେ ତଲାସୀ କରାଯାଇଥିଲା। ତଲାସୀ ସମୟରେ ଦିବ୍ୟଶଙ୍କର ବାଡ଼ିରେ ଥିବା ପାଳଗଦା ଭିତରୁ ବନ ବିଭାଗ କର୍ମଚାରୀଙ୍କୁ ଗୋଟିଏ କଲରାପତରିଆ ବାଘ ଛାଲ ମିଳିଥିଲା। ବେଆଇନ ଭାବେ କଲରାପତରିଆ ବାଘ ଶିକାର କରି ତା’ର ଛାଲକୁ ଲୁଚାଇ ରଖିବା ଅଭିଯୋଗରେ ଦିବ୍ୟଶଙ୍କର ବଗର୍ତ୍ତୀଙ୍କୁ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଥିଲା।

ପରେ ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ବଲାଙ୍ଗିର ଡିଏଫଓ ନୀତିଶ କୁମାର।   

Tags: #LeopardSkinSmuggling #Boudh #BolangirForestDpt #Wildlife

Comment