ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ପୁଣି ମାଓବାଦୀ କ୍ୟାମ୍ପ ଧ୍ଵଂସ କଲେ ଏସଓଜି ଯବାନ। ଗୁରୁବାର ଦିନ କନ୍ଧମାଳ-ବୌଦ୍ଧ ସୀମାନ୍ତ କଣ୍ଟାମାଳ ଥାନା ବୁଢ଼ାଖୋଲ ଜଙ୍ଗଲରେ ଏସଓଜି ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ମାଓବାଦୀଙ୍କ ସହ ୩ ଘଣ୍ଟା ଧରି ଗୁଳି ବିନିମୟ ଚାଲିଥିଲା।

ଯବାନଙ୍କ ଆକ୍ରମଣ ପରେ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ। ବୁଢ଼ାଖୋଲ ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଧ୍ଵଂସ କରିଥିଲେ ଯବାନ। କ୍ୟାମ୍ପ ନିକଟରୁ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ କରାଯାଇଛି।

ଗତ ଦୁଇ ମାସ ମଧ୍ୟରେ ବୌଦ୍ଧରୁ ଦୁଇଥର ମାଓବାଦୀ କ୍ୟାମ୍ପ ଧ୍ୱଂସ ହେବା ସହ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ କରିଛନ୍ତି ଏସଓଜି ଯବାନ। ଜାନୁଆରି ୫ ତାରିଖରେ ମନମୁଣ୍ଡାଠାରେ ମାଓବାଦୀ ପୋଷ୍ଟର ଲାଗିଥିବା ବେଳେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା।

Tags: #Boudh #BoudhKandhamalBorder #MaoistCampBusted

Comment