ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆସନ୍ତା ଫେବ୍ରୁଆରି ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଓଡ଼ିଶା ଗସ୍ତର କାର୍ଯ୍ୟକ୍ରମ ରହିଛି। ସମ୍ବଲପୁର ଆଇଆଇଏମ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆସିବା ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।

ସମ୍ବଲପୁରରେ ନରେନ୍ଦ୍ର ମୋଦୀ ସବୁଠାରୁ ବଡ଼ ଦଳୀୟ ସମାବେଶ କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ତ୍ରିପାଠୀ। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ଦଳୀୟ ନେତା ଏବଂ କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିବା ସହ ପଶ୍ଚିମ ଓଡ଼ିଶାରୁ ନିର୍ବାଚନୀ ବିଗୁଲ ବଜାଇବାର ସମ୍ଭାବନା ରହିଛି।

ଆଗାମୀ ଦିନରେ ଗୃହମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ନୀତିନ ଗଡ଼କରି ଓ ରାଜନାଥ ସିଂ ପ୍ରମୁଖ ଓଡ଼ିଶା ଗ୍ରସ୍ତରେ ଆସିବାର ସମ୍ଭାବନା ରହିଥିବା ଦଳ ପକ୍ଷରୁ କୁହାଯାଇଛି।

 Tags: #Politics #IndiaPolitics #PMNarendraModi #odisha #Sambalpur #BJP

LEAVE A REPLY

Please enter your comment!
Please enter your name here