ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୨,୦୬୪ଟି ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିରେ ପ୍ରାର୍ଥୀମାନଙ୍କୁ ରାଜ୍ୟର ସରକାରୀ ଅନୁଦାନ ପ୍ରାପ୍ତ ହାଇସ୍କୁଲଗୁଡ଼ିକରେ ବିଭିନ୍ନ ବିଷୟର ଶିକ୍ଷକ ପଦବୀରେ ନିଯୁକ୍ତି ମିଳିବ।

ଏହି ପଦବୀ ପାଇଁ ହେବାକୁ ଥିବା ପରୀକ୍ଷା ଲାଗି ଏବେ ରାଜ୍ୟ ଚୟନ ବୋର୍ଡ (ଏସଏସବି) ପକ୍ଷରୁ ଅନଲାଇନ ଆବେଦନ ଜାରି ରହିଛି। ଫେବ୍ରୁଆରି ୭ ତାରିଖ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ।

ଆପଣମାନେ ଏହିସବୁ ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିଲେ, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ଶିକ୍ଷକ (ଟିଜିଟି – ବିଭିନ୍ନ ବିଷୟ) –  ୨,୦୬୪ (ମୋଟ ପଦବୀ)

ଯୋଗ୍ୟତା

  • ପ୍ରାର୍ଥୀମାନଙ୍କ ବୟସ ୨୧ ବର୍ଷରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
  • ପ୍ରାର୍ଥୀମାନେ ଆବେଦନ କରୁଥିବା ବିଷୟରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
  • ସେମାନେ ବି ଏଡ. କିମ୍ବା ଇଣ୍ଟିଗ୍ରେଟେଡ ବି ଏଡ. ପାସ କରିଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

  • ଶିକ୍ଷକ ପଦବୀ ପାଇଁ ଲିଖିତ ପରୀକ୍ଷା କରାଯିବ
  • ଲିଖିତ ପରୀକ୍ଷା ଓ କ୍ୟାରିୟର ନମ୍ବର ମାର୍କ ଆଧାରରେ ପ୍ରାର୍ଥୀମାନଙ୍କ ଚୟନ କରାଯିବ
  • ମେରିଟ ଲିଷ୍ଟ ଅଧାରରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ଶିକ୍ଷକ ଭାବେ ନିଯୁକ୍ତି ମିଳିବ

କେମିତି କରିବେ ଆବେଦନ

  • ଏସଏସବିର ୱେବସାଇଟ୍ www.ssbodisha.ac.inକୁ ଯାଆନ୍ତୁ
  • ୱେବସାଇଟ୍ ଭିତରେ ଆପ୍ଲାଏ ଅନଲାଇନ ଅପ୍ସନକୁ କ୍ଲିକ କରନ୍ତୁ
  • ଏହାପରେ ସେଠାରେ ଲଗ ଇନ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏହି ସବୁ ଶିକ୍ଷକ ପଦବୀ ପାଇଁ କେବେ ପରୀକ୍ଷା କରାଯିବ ସେ ନେଇ ଏସଏସବି ପକ୍ଷରୁ ଆଗକୁ ସୂଚନା ଦିଆଯିବ। ଏହି ପଦବୀ ଓ ପରୀକ୍ଷା ସମ୍ବନ୍ଧୀୟ ଅଧିକ ସୂଚନା ଏସଏସବିର ୱେବସାଇଟରେ ଉପଲବ୍ଧ।

Tags: #TeacherPosts #GovtAidedHighSchools #Employment #Careers #Education #Odisha

Comment