ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣ ନିର୍ବାଚନ ପୂର୍ବରୁ ନେତାଙ୍କ ଦଳ ଡିଆଁ ପର୍ବ ଏବେ ବିଭିନ୍ନ ରାଜନୈତିକ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ଶୁକ୍ରବାର ଦିନ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ଦେଇଛନ୍ତି ଓଡ଼ିଶା ପିସିସି ଉପସଭାପତି ରଜତ ଚୌଧୁରୀ। ରଜତ ଚୌଧୁରୀ ନିଜ ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପଠାଇଛନ୍ତି।

ରଜତ ଚୌଧୁରୀ ୨୦୧୪ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଯୁବ କଂଗ୍ରେସ ସଭାପତି ଭାବେ ଦାୟିତ୍ଵ ତୁଲାଇଥିଲେ। ପରେ ତାଙ୍କୁ ପିସିସି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଥିଲା। ସେ କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ। ରଜତ ଚୌଧୁରୀଙ୍କ ଇସ୍ତଫା ପରେ ରାଜ୍ୟ କଂଗ୍ରେସକୁ ବଡ଼ ଝଟକା ଲାଗିଛି।

କଂଗ୍ରେସରୁ ଇସ୍ତଫା ଦେବା ପରେ ରଜତ ଚୌଧୁରୀ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି। ନିକଟରେ ଅଂଶୁମାନ ମହାନ୍ତି, ନିହାର ମହାନନ୍ଦ ଏବଂ ବିପ୍ଲବ ଜେନା କଂଗ୍ରେସରୁ ଇସ୍ତଫା ଦେଇଥିଲେ।

Tags: #Politics #OdishaPolitics #RajatChoudhury #Congress #Odisha

LEAVE A REPLY

Please enter your comment!
Please enter your name here