ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ଆଜି ବିଶ୍ୱ ଶ୍ରବଣ ଶକ୍ତି ଦିବସ ୨୦୨୪। ଶ୍ରବଣ ଜନିତ ସମସ୍ୟା ଏବଂ କାନର ଯତ୍ନ ନେବା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ମାର୍ଚ୍ଚ ୩ ତାରିଖକୁ ‘ବିଶ୍ୱ ଶ୍ରବଣ ଶକ୍ତି ଦିବସ’ ପାଳନ କରାଯାଉଛି।

ଶ୍ରବଣ ସମସ୍ୟା ଥିଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଶ୍ରବଣ ଯନ୍ତ୍ରର ବ୍ୟବହାର କରିବାକୁ ହୋଇଥାଏ। ତେବେ ଶ୍ରବଣ ଯନ୍ତ୍ର କ’ଣ ଓ କେତେବେଳେ ଜଣଙ୍କୁ ଶ୍ରବଣ ଯନ୍ତ୍ର ଦରକାର ହୋଇଥାଏ? ଏନେଇ ବିଶିଷ୍ଟ ଅଡିଓଲୋଜିଷ୍ଟ ଡାକ୍ତର ଦୀପକ କୁମାର ମିଶ୍ର କ’ଣ କହୁଛନ୍ତି, ଜାଣିବା ସ୍ୱାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

‘ବିଶ୍ୱ ଶ୍ରବଣ ଶକ୍ତି ଦିବସ’ ପାଳନ ଅବସରରେ ଶ୍ରବଣ ଜନିତ ସମସ୍ୟା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଇଏଫଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ଏକ କାର୍ଯ୍ୟକ୍ରମ କରାଯାଉଛି। ଶ୍ରବଣ ଜନିତ ସମସ୍ୟା ଏବଂ କାନର ଯତ୍ନ ବାବଦରେ ବିଭିନ୍ନ ସଚେତନତାମୂଳକ ଭିଡିଓ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସର ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯାଉଛି। ବିଶିଷ୍ଟ ଡାକ୍ତରମାନଙ୍କର ସାକ୍ଷାତକାରକୁ ଆଧାର କରି ଏହି ଭିଡିଓ ପ୍ରସ୍ତୁତ କରାଯାଇଛି।

Tags: #WorldHearingDay2024 #EarCare #HearingCare #Health #WHO

Comment