ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ମାସିକ ପାରିବାରିକ ଫିଚର୍ ପତ୍ରିକା ‘ରେବତୀ’ର ମାର୍ଚ୍ଚ ୨୦୨୪ ସଂଖ୍ୟା ବଜାରକୁ ଆସିଛି। ଚଳିତ ସଂଖ୍ୟାଟି ଏକ ପର୍ଯ୍ୟଟନ ବିଶେଷାଙ୍କ ଭାବରେ ପ୍ରକାଶ ପାଇଛି। ଏଥିରେ ଓଡ଼ିଶା, ଭାରତ ଏବଂ ବିଦେଶର କିଛି ପର୍ଯ୍ୟଟନ ସ୍ଥଳୀକୁ ସୁନ୍ଦର ଭାବେ ସଚିତ୍ର ବର୍ଣ୍ଣନା କରାଯାଇଛି। ଏହା ପାଠକଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇପାରିଛି।

‘ରେବତୀ’ର ଚଳିତ ସଂଖ୍ୟାରେ ନିଆଳିର ଶ୍ରୀମାଧବାନନ୍ଦ ମନ୍ଦିର, ମନାଲିର ମହାଦେବ, କେରଳର କଥା, ମାଲେସିଆର ପେନାଙ୍ଗ୍, ବାଂଲାଦେଶର ରାଜଶାହୀ, ନେପାଳର ନିଆରାପଣ, କାଲିଫର୍ଣ୍ଣିଆର ଅଙ୍ଗୁର, ଅରୁଣାଚଳ ପ୍ରଦେଶର ତଓ୍ଵାଙ୍ଗ୍, ରାଜସ୍ଥାନର ମାର୍ବଲ ସିଟି ଆଦିର ଭ୍ରମଣ କାହାଣୀ ସୁନ୍ଦର ଭାବେ ଉପସ୍ଥାପିତ କରାଯାଇଛି। ଏହା ପର୍ଯ୍ୟଟନ ବିଷୟରେ ପାଠକଙ୍କ ପାଇଁ ବହୁତ ଉପାଦେୟ ହେବ।

ସେହିପରି ଫଗୁଖେଳର ପାରମ୍ପରିକ ପ୍ରତୀକରେ ମଡେଲ ମଧୁସ୍ମିତା ଜେନା ମହାପାତ୍ରଙ୍କ ପ୍ରଚ୍ଛଦ ପତ୍ରିକାର ଚଳିତ ସଂଖ୍ୟାକୁ ଆହୁରି ଆକର୍ଷଣୀୟ କରିଛି। ପର୍ଯ୍ୟଟନ ବ୍ୟତୀତ କଳା, ସଂସ୍କୃତି ତଥା ସାହିତ୍ୟର ବିଭିନ୍ନ କଥା ପାଠକମାନେ ଏଥିରେ ପଢ଼ିବାକୁ ପାଇବେ।    

‘ରେବତୀ’ ପତ୍ରିକା ୨୦୧୮ ମସିହା ଅକ୍ଟୋବର ମାସରୁ ନିୟମିତ ଭାବରେ ବାଲେଶ୍ଵରରୁ ପ୍ରକାଶ ପାଇଆସୁଛି। ସମ୍ପାଦିକା ସୁବାସିନୀ ଜେନାଙ୍କ ଉଦ୍ୟମରେ ପ୍ରକାଶ ପାଉଥିବା ଏହି ପତ୍ରିକାରେ ସବୁ ବର୍ଗର ପାଠକଙ୍କୁ ସୁହାଇଲା ଭଳି ଲେଖା ବାହରିଥାଏ। ଓଡ଼ିଶାର ଐତିହ୍ୟ, ପରମ୍ପରା, ସାହିତ୍ୟ, ସଂସ୍କୃତି, ବିଭିନ୍ନ ସ୍ଥାନ, ନଦୀ, ମହାନ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ସ୍ଵାସ୍ଥ୍ୟ, ସୌନ୍ଦର୍ଯ୍ୟ ଓ ରୋଷେଇ ପରି ପ୍ରସଙ୍ଗ ଏଥିରେ ପ୍ରାଧାନ୍ୟ ପାଇଥାଏ।

ପତ୍ରିକାର ମୂଲ୍ୟ ରହିଛି ୫୦ ଟଙ୍କା। ଓଡ଼ିଶାର ସବୁ ସହରର ପ୍ରମୁଖ ବୁକଷ୍ଟଲ୍ ସହ ‘ଆମାଜନ’ ଇ-କମର୍ସ ସାଇଟରେ ଏହା ଉପଲବ୍ଧ।

Tags: #Rebati #MonthlyFamilyMagazine #FeatureStory #Baleswar

Comment