ଓଡ଼ିଶାଲାଇଭ୍ ବ୍ୟୁରୋ

ଗୋଟିଏ ସ୍ଥାନରେ ୩ ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି ଅବସ୍ଥାପିତ ଥିବା ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ତୁରନ୍ତ ବଦଳି କରିବାକୁ ଦାବି କଲା ଓଡ଼ିଶା ବିଜେପି। ଏ ସଂକ୍ରାନ୍ତରେ ଶନିବାର ଦିନ ରାଜ୍ୟ ବିଜେପି ଉପସଭାପତି ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ଵରେ ବିଜେପି ପ୍ରତିନିଧିମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ଦୀର୍ଘ ବର୍ଷ ଧରି ଗୋଟିଏ ସ୍ଥାନରେ ବିଭିନ୍ନ ବିଭାଗର ଅଧିକାରୀ ଅବସ୍ଥାପିତ ରହିଛନ୍ତି। ଆଗକୁ ରହିଛି ଲୋକସଭା ଏବଂ ବିଧାନସଭା ନିର୍ବାଚନ। ସରକାରୀ କଳର ପ୍ରଭାବରେ ସମ୍ପୃକ୍ତ ଅଧିକାରୀମାନେ ଭୋଟରଙ୍କୁ ପ୍ରଭାବିତ କରିବା ସହ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ତୁରନ୍ତ ଏହି ଅଧିକାରୀମାନଙ୍କର ବଦଳି କରାଯିବା ଆବଶ୍ୟକ ବୋଲି ବିଜେପି ପକ୍ଷରୁ କୁହାଯାଇଛି।

ଦାବିପଦ୍ର ପ୍ରଦାନ ବେଳେ ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାରଙ୍କ ସହ ବିଜେପି ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Tags: #Politics #OdishaPolitics #BJP #Odisha

Comment