ଓଡ଼ିଶାଲାଇଭ୍ ବ୍ୟୁରୋ

ବିରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ। ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଦାମୋଦର ରାଉତଙ୍କର ହୃଦସ୍ପନ୍ଦନ ଚାଲିଛି, କିନ୍ତୁ ତାଙ୍କର ମସ୍ତିସ୍କ କାମ କରୁନଥିବା କହିଛନ୍ତି ପୁଅ ସମ୍ବିତ ରାଉତରାୟ।

ସମ୍ବିତ ରାଉତରାୟ କହିଛନ୍ତି ମାର୍ଚ୍ଚ ୧୮ ତାରିଖରେ ଦାମୋଦର ରାଉତଙ୍କର ହୃଦଘାତ ହୋଇଥିଲା। ରାତି ପ୍ରାୟ ୩ଟା ବେଳେ ତାଙ୍କୁ ଭୁବନେଶ୍ଵରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତରଖାନା ଯିବା ବାଟରେ ସେ ପୁଣି ଥରେ ହୃଦଘାତର ଶିକାର ହୋଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ସାଧାରଣ ଚିକିତ୍ସା କରାଯାଇଥିଲା।

ଅବସ୍ଥା ବିଗିଡ଼ିବା ଦେଖି ସିପିଆର ଦେବାକୁ ଉପସ୍ଥିତ ଡାକ୍ତରଙ୍କୁ ପରିବାର ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଇଥିଲା। କିନ୍ତୁ ତାଙ୍କୁ ସିପିଆର ଦିଆଯାଇନଥିଲା।

ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ଘରୋଇ ହସ୍ପିଟାଲରେ ଦାମୋଦର ରାଉତଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ହୃଦସ୍ପନ୍ଦନ ଚାଲିଛି କିନ୍ତୁ ମସ୍ତିସ୍କ କିଛି କାମ କରୁନାହିଁ ବୋଲି ପୁଅ ସମିତ ରାଉତରାୟ ସୂଚନା ଦେଇଛନ୍ତି।

ଏପଟେ ଅଭିଯୋଗକୁ ଖଣ୍ଡନ କରିବା ସହ ସିପିଆର ଦିଆଯିବା ଭଳି ପରିସ୍ଥିତି ନଥିବାରୁ ସିପିଆର ଦିଆଯାଇନଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ।

Tags: #DamodarRout #VeteranLeaderDamodarRout #Treatment #HealthConditionOfDamodarRout #Odisha

LEAVE A REPLY

Please enter your comment!
Please enter your name here