ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ସାରା ଓଡ଼ିଶା। ସକାଳୁ ଘରୁ ବାହାରିବା ମୁସକିଲ ହେଲାଣି। ଶୁକ୍ରବାର ଦିନ ୨ଟା ସୁଦ୍ଧା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ଵର। ଏଠାରେ ସର୍ବାଧିକ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇଛି। ଆଗକୁ ତାପମାତ୍ରାରେ ଆହୁରି ବୃଦ୍ଧି ହେବା ନେଇ ଆକଳନ କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ଵରର ସର୍ବାଧିକ ତାପମାତ୍ରା  ୩୯.୮ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ଵର ପଛକୁ ରହିଛି କେନ୍ଦୁଝର। କେନ୍ଦୁଝରର ତାପମାତ୍ରା ୩୯.୨ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ବାଲେଶ୍ଵର ଓ ଝାରସୁଗୁଡ଼ାର ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ କରାଯାଇଛି। ରାଉରକେଲାର ତାପମାତ୍ରା ୩୭.୮ ଡିଗ୍ରୀ ରହିଥିବାବେଳେ ଚାନ୍ଦବାଲି ଓ ସମ୍ବଲପୁରର ତାପମାତ୍ରା ୩୭.୪ ଡିଗ୍ରୀ ରେକର୍ଡ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଗୁରୁବାର ଦିନ ରାଜ୍ୟରେ ୪୨ ଡିଗ୍ରୀ ଛୁଇଁଥିଲା ତାପମାତ୍ରା। ବୌଦ୍ଧ ଓ ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଥିଲା। ବଲାଙ୍ଗିର, ଅନୁଗୁଳ, ଝାରସୁଗୁଡ଼ା, ଭବାନୀପାଟଣା ଓ ଟିଟିଲାଗଡ଼ର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିବାବେଳେ ନୂଆପଡ଼ା, ରାଉରକେଲା ଓ ସୁନ୍ଦରଗଡ଼ର ତାପମାତ୍ରା ୪୦ ଡିଗ୍ରୀ ଟପିଥିଲା।

ଆଗାମୀ ଦୁଇ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରାରେ ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ବର୍ତ୍ତମାନ ସମୟରେ ଆବଶ୍ୟକତା ନଥିଲେ ଘରୁ ବାହାରକୁ ନବାହାରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

Tags: #Weather #WeatherUpdate #HeatWave #HotWeather #Temperature

LEAVE A REPLY

Please enter your comment!
Please enter your name here