ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତବର୍ଷର ସାଧାରଣ ନିର୍ବାଚନ ପାଇଁ ନିଜର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଦଳ ପକ୍ଷରୁ ରାଜ୍ୟର ଗୋଟିଏ ଲୋକସଭା ଓ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଦଳ ବାଲେଶ୍ଵର ଲୋକସଭା ଆସନ ପାଇଁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ କରିଛି।

ବିଜେଡିର ବିଧାନସଭା ପ୍ରାର୍ଥୀମାନେ ହେଲେ

  • ସମ୍ବଲପୁର – ପ୍ରସନ୍ନ ଆଚାର୍ଯ୍ୟ
  • ରେଢ଼ାଖୋଲ – ରୋହିତ ପୂଜାରୀ
  • ଭୁବନେଶ୍ଵର ମଧ୍ୟ – ଅନନ୍ତ ନାରାୟଣ ଜେନା
  • ତାଳଚେର – ବ୍ରଜ ପ୍ରଧାନ
  • ପାରାଦୀପ – ଗୀତାଞ୍ଜଳି ରାଉତରାୟ
  • ତେଲକୋଇ – ମାଧବ ସର୍ଦ୍ଦାର
  • ଲକ୍ଷ୍ମୀପୁର – ପ୍ରଭୁ ଜାନୀ
  • ନର୍ଲା – ମନୋରମା ମହାନ୍ତି
  • ବାଲିଗୁଡ଼ା – ଚକ୍ରମଣି କହଁର

ବିଜେଡି ପକ୍ଷରୁ ଏ ଯାଏଁ ରାଜ୍ୟର ୧୧୭ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ତେବେ ଆହୁରି ୩୦ଟି ଆସନ ପାଇଁ ଦଳ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ।

Tags: #IndianGeneralElections #BJD #Candidates #Politics #Odisha

Comment