ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରିଟିକାଲ୍ ମିନେରାଲ କ୍ଷେତ୍ରରେ ଜ୍ଞାନ ଏବଂ ବୈଷୟିକ ସହଯୋଗ ନିମନ୍ତେ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ୍(କାବିଲ୍) ଓ ସିଏସଆଇଆର–ଆଇଏମଏମଟି ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି। ବୁଧବାର ଭୁବନେଶ୍ୱରସ୍ଥିତ ନାଲକୋ କର୍ପୋରେଟ କାର୍ଯ୍ୟାଳୟରେ ଏହି ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଥିଲା। ଏହାଦ୍ଵାରା କାବିଲ୍ ପକ୍ଷରୁ ଆଇଏମଏମଟିର ବିଭିନ୍ନ ବୈଷୟିକ ଜ୍ଞାନ କୌଶଳ ଏବଂ ସେବା ସମୂହକୁ ଉପଯୋଗ କରାଯାଇପାରିବ।

ଏହି ବୁଝାମଣା ମାଧ୍ୟମରେ କ୍ରିଟିକାଲ୍ ମିନେରାଲ ବା ଅତି ଗୁରୁତ୍ଵପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ଦୁଇ ଅନୁଷ୍ଠାନ ମିଳିତ ଗବେଷଣା ସହ ବୈଜ୍ଞାନିକ ସୂଚନା ଆଦାନ ପ୍ରଦାନ ଦିଗରେ ମଧ୍ୟ କାର୍ଯ୍ୟ କରିବେ। ଏଥିରେ ଧାତବ ପରୀକ୍ଷଣ ଯୋଜନାଗୁଡ଼ିକର ଡିଜାଇନ୍ ଏବଂ ବିଶ୍ଳେଷଣ, ପ୍ରୋସେସ ଫ୍ଲୋସିଟର ବିକାଶ ଏବଂ ସମୀକ୍ଷା, ବେନେଫିସିଏସନ ଏବଂ ଧାତୁ ଉତ୍ତୋଳନ କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯିବ।

କାବିଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଦାଶିବ ସାମନ୍ତରାୟ ଏବଂ ଆଇଏମଏମଟିର ନିର୍ଦ୍ଦେଶକ ଡକ୍ଟର ରାମାନୁଜ ନାୟରଣ ଏହି ବୁଝାମଣା ପତ୍ରରେ ସ୍ଵାକ୍ଷର କରିଥିଲେ। ଏହି ଅବସରରେ ନାଲକୋର ନିର୍ଦ୍ଦେଶକ ଶ୍ରୀଧର ପାତ୍ର ଯୋଗ ଦେଇଥିଲେ।

“କାବିଲ୍ ଓ ଆଇଏମଏମଟିର ଏହି ସହଭାଗିତା କ୍ରିଟିକାଲ୍ ମିନେରାଲ ଅନୁସନ୍ଧାନ କ୍ଷେତ୍ରରେ ଏକ ଉନ୍ନତ ପରିବେଶ ସୃଷ୍ଟି କରିବ। ବିଭିନ୍ନ କ୍ରିଟିକାଲ୍ ଖଣିଜ ପଦାର୍ଥ ଏବଂ ଧାତୁ କ୍ଷେତ୍ରରେ ବୈଜ୍ଞାନିକ ଅନୁସନ୍ଧାନ ଏବଂ ପ୍ରଯୁକ୍ତିବିଦ୍ୟାର ବିକାଶ ସହ ଦେଶର ଖଣିଜ ସୁରକ୍ଷା ତଥା ଘରୋଇ ଆବଶ୍ୟକତାକୁ ପୂରଣ କରିବା ଦିଗରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ”, କହିଛନ୍ତି ଶ୍ରୀଧର ପାତ୍ର।

କାବିଲ୍ ହେଉଛି ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟର ତତ୍ତ୍ଵାବଧାନରେ ନାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ), ହିନ୍ଦୁସ୍ତାନ କପର ଲିମିଟେଡ୍ (ଏଚସିଏଲ) ଏବଂ ମିନେରାଲ୍ ଏକ୍ସପ୍ଲୋରେସନ୍ ଆଣ୍ଡ କନ୍ସଲଟାନ୍ସି ଲିମିଟେଡର (ଏମଇସିଏଲ) ଦ୍ଵାରା ମିଳିତ ଭାବେ ଗଠିତ ଏକ ସଂସ୍ଥା। କ୍ରିଟିକାଲ୍ ଏବଂ ଷ୍ଟ୍ରାଟେଜିକ ଖଣିଜ ପଦାର୍ଥର ଚିହ୍ନଟ, ଅନୁସନ୍ଧାନ, ଉତ୍ତୋଳନ, ପ୍ରକ୍ରିୟକରଣ ଆଦି ପ୍ରମୁଖ କାର୍ଯ୍ୟ ଏହା କରିଆସୁଛି।

Tags: #CriticalMinerals #knowledgeCooperation #KABIL #CSIR-IMMT

LEAVE A REPLY

Please enter your comment!
Please enter your name here