ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାକୁ କଲବଲ କଲାଣି ତାତି। ଶୁକ୍ରବାର ଦିନ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ୪୪.୩ ଡିଗ୍ରୀ ରେକର୍ଡ କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ବୌଦ୍ଧ ପାଲଟିଲା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ଏଠାରେ ସର୍ବାଧିକ ତାପମାତ୍ରା ୪୪.୩ ଡଗ୍ରୀ ରେକର୍ଡ କରାଯାଇଛି।

ଦ୍ଵିତୀୟ ତତଲା ସହର ପାଲଟିଲା ବାରିପଦା। ଏଠାରେ ସର୍ବାଧିକ ୪୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରିଛି ପାଣିପାଗ କେନ୍ଦ୍ର। ରାଜ୍ୟର ୧୦ଟି ସହରରେ ତାପାମାତ୍ରା ୪୩ ଡିଗ୍ରୀ ଟପିଛି। ଝାରସୁଗୁଡ଼ାରେ ଆଜି ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଅନୁଗୁଳରେ ୪୩.୭ ଡିଗ୍ରୀ, ଟିଟିଲାଗଡ଼ରେ ୪୩.୫ ରେଡର୍କ କରାଯାଇଛି। ସେହିପରି ବଲାଙ୍ଗିର, ଭବାନୀପାଟଣା, ମାଲକାନଗିରି, ନୂଆପଡ଼ା ଓ ନୟାଗଡ଼ରେ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଏହା ସହ କଟକ, ତାଳଚେର, ସମ୍ବଲପୁର, ସୁନ୍ଦରଗଡ଼, ରାଉରକେଲା, ଚାନ୍ଦବାଲି, ପାରଳାଖେମୁଣ୍ଡି, କେନ୍ଦୁଝର, ହୀରାକୁଦ ଏବଂ ଢେଙ୍କାନାଳରେ ତାପମାତ୍ରା ୪୨ ଡିଗ୍ରୀ ଟପିଛି।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପରବର୍ତ୍ତୀ ତିନିଦିନ ମଧ୍ୟରେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ହେବାର ସମ୍ଭାବନା ରହିଛି।

ଏହା ପ୍ରଭାବରେ ଏପ୍ରିଲ ୨୧ରୁ ୨୪ ତାରିଖ ମଧ୍ୟରେ ଅସହ୍ୟ ତାତିରୁ ସାମାନ୍ୟ ଆଶ୍ଵସ୍ତି ମିଳିବ। ତେବେ ଏପ୍ରିଲ ୨୫ ତାରିଖରୁ ପୁଣି ତାପମାତ୍ରାରେ ବୃଦ୍ଧି ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

Tags: #Weather #WeatherUpdates #HeatWave #HotWeather #WarningForHeatWave #Thunderstorm #Lightning

LEAVE A REPLY

Please enter your comment!
Please enter your name here