ଓଡ଼ିଶାଲାଇଭ୍ ବ୍ୟୁରୋ

ତାତିରୁ ମିଳୁନି ମୁକ୍ତି। ସକାଳୁ ସକାଳୁ ଆକାଶରୁ ବର୍ଷୁଛି ନିଆଁ। ଶନିବାର ଦିନ ହିଟଓ୍ଵେଭ ପାଇଁ ୧୯ଟି ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ହିଟଓ୍ଵେଭ ପାଇଁ ଆଜି ୯ଟି ଜିଲ୍ଲାକୁ ୟୋଲୋ ଓ୍ଵାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି। ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, କଟକ, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, ଗଞ୍ଜାମ, ଗଜପତି, ବୌଦ୍ଧ, ଦେବଗଡ଼, ନବରଙ୍ଗପୁର ଓ ମାଲକାନଗିରି।

ସେହିପରି ୟୋଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ା।

ଏପ୍ରିଲ ୨୧ ତାରିଖ ହିଟଓ୍ଵେଭ ପାଇଁ ମୟୂରଭଞ୍ଜ, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବାବେଳେ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର, ଢେଙ୍କାନାଳ, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଏହି ସମୟରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ହେବାର ସମ୍ଭାବନା ରହିଛି।

ଏପ୍ରିଲ ୨୨ ତାରିଖ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ବାଲେଶ୍ଵର ଏବଂ ଭଦ୍ରକ ଜିଲ୍ଲାକୁ ଦିନ ହିଟଓ୍ଵେଭ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି।

କାଳବୈଶାଖୀ ପ୍ରଭାବରେ ଏପ୍ରିଲ ୨୧ରୁ ୨୪ ତାରିଖ ମଧ୍ୟରେ ଅସହ୍ୟ ତାତିରୁ ସାମାନ୍ୟ ଆଶ୍ଵସ୍ତି ମିଳିବ। ତେବେ ଏପ୍ରିଲ ୨୫ ତାରିଖରୁ ପୁଣି ତାପମାତ୍ରାରେ ବୃଦ୍ଧି ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

Tags: #Weather #WeatherUpdates #HeatWave #HotWeather #WarningForHeatWave #Thunderstorm #Lightning

LEAVE A REPLY

Please enter your comment!
Please enter your name here