ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ପୂର୍ବତନ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୋମବାର ଦିନ ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ଏମ ଭେଙ୍କେୟା ନାଇଡୁଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହାସହ ସମାଜସେବା ଲାଗି ବିନ୍ଦେଶ୍ଵର ପାଠକଙ୍କୁ ମରଣୋତ୍ତର ଭାବେ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯାଇଛି।

କଳା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଡକ୍ଟର ପଦ୍ମା ସୁବ୍ରମଣ୍ୟମଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ବଲିଉଡର ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଓ ବଲିଉଡ କଣ୍ଠଶିଳ୍ପୀ ଉଷା ଉଥୁପଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଡକ୍ଟର ସୀତାରାମ ଜିନ୍ଦଲଙ୍କୁ ମିଳିଛି ପଦ୍ମଭୂଷଣ ସମ୍ମାନ।

ସେହିପରି ମେଡିସନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମନୋହର କ୍ରିଷ୍ଣା ପଦ୍ମଶ୍ରୀ ସମ୍ମାନ ଏବଂ ଟେନିସ୍ ଖେଳାଳି ରୋହନ ବୋପାନ୍ନାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ଏହା ସହ ଖାଲିଲ ଅହମଦ, ସଦାନମ ପୁଥିୟାଭିତିଲ ବାଲକ୍ରିଷ୍ଣନ, କାଲୁରାମ ବାମନିଆ, ପ୍ରଫେସର ଡକ୍ଟର ରେଜଓ୍ଵାନା ଚୌଧୁରୀ ବନ୍ୟା, ନସୀମ ବାନୋ, ଗୀତା ରାୟ ବର୍ମନ, ସର୍ବେଶ୍ଵର ବସୁମତରୀ, ତକଦିରା ବେଗମ, ଜାନକୀ ଲାଲ ଭଣ୍ଡ, ଦ୍ରୋଣ ଭୂୟାଁ, ଡକ୍ଟର ନାରାୟଣ ଚକ୍ରବର୍ତ୍ତୀଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି।

ଡକ୍ଟର ସି ଆର ଚନ୍ଦ୍ରଶେଖର, ପ୍ରଫେସର ଡକ୍ଟର ରାମ ଚେତ ଚୌଧୁରୀ, ଆରଏନ ଜୋ ଡି’ କ୍ରୁଜ, ଗୁଲାମ ନବୀ ଦର, ଚିତ୍ତରଞ୍ଜନ ଦେବବର୍ମା, ଡକ୍ଟର ପ୍ରେମା ଧନରାଜ, ଡକ୍ଟର ମନୋହର କ୍ରିଷ୍ଣା ଡୋଲେ, ମହାବୀର ସିଂ ଗୁଡ୍ଡୁ, ଡକ୍ଟର ୟାଜିତ ଏମ. ଇଟାଲିଆ, ଡକ୍ଟର ଯଶୋବନ୍ତ ସିଂ କାଥୋଚ, ଡକ୍ଟର ଜାହିର ଇସାକ୍ କାଜି, ଦଶରି କୋଣ୍ଡାପ୍ପା ଏବଂ ୟାନୁଙ୍ଗ ଜାମ ଲେଗୋଙ୍କୁ ପଦ୍ମ ସମ୍ମାନରେ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଚଳିତ ଥର ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୧୦ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ।

Tags: #PadmaAward2024 #PadmaVibhusan #PadmaBhusan #MVenkaiahNaidu #DroupadiMurmu

LEAVE A REPLY

Please enter your comment!
Please enter your name here