ଓଡ଼ିଶାଲାଇଭ୍ ବ୍ୟୁରୋ

ପାଖେଇ ଆସୁଛି ନିର୍ବାଚନ। ଟିକେଟ ବଣ୍ଟନ ଏବଂ ପ୍ରାର୍ଥୀ ଚୟନକୁ ନେଇ ବଢ଼ିବାରେ ଲାଗିଛି ବିଭିନ୍ନ ଦଳ ମଧ୍ୟରେ ଅସନ୍ତୋଷ। ଏହାରି ଭିତରେ ବିଜେଡିରୁ ଇସ୍ତଫା ଦେଇଛନ୍ତି ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ।

ସୀମାରାଣୀ ନାୟକ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହ ନିଜର ଇସ୍ତଫା ପତ୍ର ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି।

ହିନ୍ଦୋଳ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବାକୁ ଆଶାୟୀ ଥିଲେ ସୀମାରାଣୀ। ବିଜେଡି ମହେଶ ସାହୁଙ୍କୁ ହିନ୍ଦୋଳ ଆସନ ଲାଗି ପ୍ରାର୍ଥୀ କରିଛି। ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ସୋମବାର ଦିନ ଦଳରୁ ଇସ୍ତଫା ଦେଇଥିଲେ ବିଧାୟିକା ସୀମାରାଣୀ ନାୟକ।

ଦଳ ଛାଡ଼ିବା ପରେ ସେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଜାଣିଶୁଣି ତାଙ୍କ ଟିକେଟ କଟାଯାଇଛି। ଦଳ ପକ୍ଷରୁ ତାଙ୍କ ପ୍ରତି ଅନ୍ୟାୟ କରାଯାଇଛି। କର୍ମୀମାନଙ୍କ ସହ ଆଲୋଚନା କରି ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି ସେ କହିଛନ୍ତି।

Tags: #Politics #OdishaPolitics #SimaraniNayak #BJD #Odisha

LEAVE A REPLY

Please enter your comment!
Please enter your name here