ଓଡ଼ିଶାଲାଇଭ୍ ବ୍ୟୁରୋ

ଷ୍ଟାଫ୍ ସିଲେକ୍ସନ କମିଶନ (ଏସଏସସି) ପକ୍ଷରୁ କମ୍ବାଇନ ହାଇଅର ସେକେଣ୍ଡାରି ଲେଭଲ (ସିଏଚଏସଏଲ୍) ପରୀକ୍ଷା ପାଇଁ ଆବେଦନ ଜାରି ରହିଛି। ଏହି ପରୀକ୍ଷା ମାଧ୍ୟମରେ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲିଥିବା ୩,୭୧୨ଟି କ୍ଲର୍କ, ଜୁନିୟର ଅସିଷ୍ଟାଣ୍ଟ ଓ ଡାଟା ଏଣ୍ଟ୍ରି ଅପରେଟର ଭଳି ପଦବୀ ପୂରଣ ହେବ।

ଏହି ସବୁ ପଦବୀଗୁଡ଼ିକ ପାଇଁ ମାସିକ ୨୦ ହଜାରରୁ ଆରମ୍ଭ କରି ୮୦ ହଜାର ଟଙ୍କା ଯାଏଁ ଦରମା ମିଳିବ। ଏହି ପରୀକ୍ଷା ପାଇଁ ଏସଏସସି ପକ୍ଷରୁ ଏପ୍ରିଲ ୮ ତାରିଖରେ ଅନଲାଇନ ଆବେଦନ ଆରମ୍ଭ ହୋଇଥିଲା। ମେ’ ୭ ଆବେଦନର ଶେଷ ତାରିଖ।

ଆପଣମାନେ ଏହି ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଥିଲେ, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ

  • ଡାଟା ଏଣ୍ଟ୍ରି ଅପରେଟର (ଗ୍ରେଡ-ଏ)
  • ଲୋୟର ଡିଭିଜନ କ୍ଲର୍କ
  • ଜୁନିୟର ସେକ୍ରେଟାରିଆଲ ଆସିଷ୍ଟାଣ୍ଟ

ଯୋଗ୍ୟତା

  • ପ୍ରାର୍ଥୀମାନେ ଯେକୌଣସି ବିଭାଗରେ ଦ୍ଵାଦଶ ବା ଯୁକ୍ତ ୨ ପାସ କରିଥିବା ଆବଶ୍ୟକ
  • ପ୍ରାର୍ଥୀମାନଙ୍କ ବୟସ ୧୮ରୁ ୨୭ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

ଏହି ସବୁ ପଦବୀ ପାଇଁ ଏସଏସସି ପକ୍ଷରୁ ପ୍ରଥମେ ପ୍ରିଲିମିନାରି ପରୀକ୍ଷା କରାଯିବ। ଏଥିରେ ଭଲ କରିଥିବା ପ୍ରାର୍ଥୀଙ୍କ ନାମକୁ ୨ୟ ପର୍ଯ୍ୟାୟ ପରୀକ୍ଷା ପାଇଁ ମେରିଟ ଲିଷ୍ଟ ବାହାର କରାଯିବ। ୨ୟ ପର୍ଯ୍ୟାୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପାର୍ଥୀଙ୍କର ପଦବୀ ପାଇଁ ଇଣ୍ଟରଭ୍ୟୁ କରାଯିବ।

କେମିତି କରିବେ ଆବେଦନ

  • ଷ୍ଟାଫ୍ ସିଲେକ୍ସନ କମିଶନର ୱେବସାଇଟ୍ www.ssc.nic.inକୁ ଯାଆନ୍ତୁ
  • ୱେବସାଇଟ୍ ଭିତରେ ରେଜିଷ୍ଟ୍ରେସନ ଅପ୍ସନକୁ କ୍ଲିକ କରନ୍ତୁ
  • ରେଜିଷ୍ଟ୍ରେସନ ପରେ ସେଠାରେ ଲଗ ଇନ କରନ୍ତୁ
  • ଏହାପରେ ଆପ୍ଲାଏ ଅନଲାଇନ ଅପ୍ସନକୁ କ୍ଲିକ କରନ୍ତୁ
  • ଏହାପରେ ପଦବୀଗୁଡ଼ିକ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏସଏସସିର ଏହି ସିଏଚଏସଏଲ୍ ପରୀକ୍ଷାରେ ଅଣସରଂକ୍ଷିତ ଓ ଓବିସି ବର୍ଗର ପ୍ରାର୍ଥୀଙ୍କ ପାଇଁ ୧୦୦ ଟଙ୍କା ଆବେଦନ ଫି’ ଧାର୍ଯ୍ୟ କରାଯାଇଛି। ଅନ୍ୟ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଜୁଲାଇ ମାସରେ ଏହି ପରୀକ୍ଷା ହେବ, ସେନେଇ ଏସଏସସି ପକ୍ଷରୁ ଆଗକୁ ସୂଚନା ଦିଆଯିବ। ଏହି ପରୀକ୍ଷା ଓ ପଦବୀ ସମ୍ବନ୍ଧୀୟ ଅଧିକ ସୂଚନା ଏସଏସସି ୱେବସାଇଟରେ ଉପଲବ୍ଧ।

Tags: #SSC #CHSLExamination #OnlineApplication #Employmentopportunities #GovtofIndia

LEAVE A REPLY

Please enter your comment!
Please enter your name here