ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆରେ ମଙ୍ଗଳବାର ରାତିରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୪୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୨ ଜଣ ଗୁରୁତର ଅଛନ୍ତି। ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀମାନଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସଟି ମୁନିଗୁଡ଼ାରୁ ଫୁଲବାଣୀ ଅଭିମୁଖେ ଯାଉଥିଲା। ଏଥିରେ ୫୦ରୁ ଅଧିକ ଯାତ୍ରୀ ଥିଲେ। ବସଟି ଫିରିଙ୍ଗିଆ ନିକଟ କାଳିଆ ସାହି ବୁଲାଣୀଠାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ବସ୍ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ଯାତ୍ରୀଙ୍କୁ ବାହାରକୁ ଆଣିବା କଷ୍ଟକର ହୋଇଥିଲା। ଏହାପରେ ଘଟଣାସ୍ଥଳରେ ପୋଲିସ୍ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିଥିଲେ।

ବୁଧବାର କନ୍ଧମାଳ ଆଶିଷ ଈଶ୍ୱର ପାଟିଲ ଓ ଏସପି ଶୁଭେନ୍ଦୁ କୁମାର ପାତ୍ର ଫୁଲବାଣୀ ଡାକ୍ତରଖାନାରେ ଆହତ ଯାତ୍ରୀଙ୍କୁ ଭେଟିଛନ୍ତି। ଆହତ ଯାତ୍ରୀଙ୍କ ମାଗଣାରେ ଚିକିତ୍ସା କରାଯାଉଛି ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସମସ୍ତଙ୍କ ସହାୟତା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Tags: #BusAccident #Passengers #RoadAccident #Phiringia #Kandhamal #Odisha

Comment