ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ବିଭାଗୀୟ ସମୀକ୍ଷା ବୈଠକ କରିଛନ୍ତି ସୂର୍ଯ୍ୟବଂଶୀ ସୂରଜ। ଏଥିରେ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମି ଓ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋଚନା କରାଯାଇଛି। ସୋମବାର କଳିଙ୍ଗ ଷ୍ଟାଡିୟମରେ ହୋଇଥିବା ଏହି ବୈଠକରେ ବିଭାଗୀୟ କମିଶନର ତଥା ସଚିବ ଆର୍ ଭିନିଲକ୍ରୀଷ୍ଣାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।  

ଏହି ବୈଠକରେ ରାଜ୍ୟରେ କ୍ରୀଡ଼ାକୁ ନେଇ କ’ଣ କ’ଣ ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ଏହାସହ ଜୁନ୍ ୨୧ ତାରିଖରେ ହେବାକୁଥିବା ବିଶ୍ଵ ଯୋଗ ଦିବସକୁ କିଭଳି ପାଳନ କରାଯିବ ସେ ଦିଗରେ ଏଠାରେ ଆଲୋଚନା କରାଯାଇଛି।

“ଓଡ଼ିଶାରେ କ୍ରୀଡ଼ା ଓ ଖେଳାଳିଙ୍କ ବିକାଶ ପାଇଁ ଯେଉଁ ସବୁ ପଦକ୍ଷେପ ନିଆଯାଇଛି, ବାସ୍ତବରେ କେତେ କାର୍ଯ୍ୟକ୍ଷମ ହୋଇଛି ତାର ସମୀକ୍ଷା କରାଯାଇଛି। ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ପ୍ରାଦେଶିକ ସ୍ଥରରେ ଭଲ କରୁଛି, ହେଲେ ଅନ୍ତର୍ଜାତୀୟ ସ୍ତରରେ ଆହୁରି ଭଲ କରିବାର ଆବଶ୍ୟକତା ରହିଛି। ଆମେ ଓଡ଼ିଶାର କ୍ରୀଡ଼ା କ୍ଷେତ୍ରକୁ ଆହୁରି ବିକଶିତ କରିବୁ। ଆଗକୁ ଆସୁଥିବା ବିଶ୍ଵ ଯୋଗ ଦିବସ କିଭଳି ବଡ଼ ଆକାରରେ ପାଳନ ହୋଇପାରିବ ସେ ବିଷୟରେ ମଧ୍ୟ ଆଜି ଆଲୋଚନା ହୋଇଛି”, କହିଛନ୍ତି ସୂର୍ଯ୍ୟବଂଶୀ ସୂରଜ।

ଏହି ସମୀକ୍ଷା ବୈଠକରେ ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ସଚିବ ଅରବିନ୍ଦ ଅଗ୍ରୱାଲ, କ୍ରୀଡ଼ା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।  

Tags: #SuryabanshiSuraj #Minister #Sports #DeptofSportsandYouthServices #Odisha

LEAVE A REPLY

Please enter your comment!
Please enter your name here