ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ପ୍ରଥମ ଥର ପାଇଁ ସରକାର ଗଢ଼ିଛି ବିଜେପି। ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ମୋହନ ଚରଣ ମାଝୀ। ନୂଆ ସରକାର ଗଠନ ପରେ ରାଜ୍ୟର ବିଭିନ୍ନ ବିଭାଗର ଜୋରଦାର ସମୀକ୍ଷା ଚାଲିଛି।

ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ୨୨ ଜଣ ଓଏସଏସ କ୍ୟାଡରର ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଏ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବଦଳି ହୋଇଥିବା ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି ଜଣେ ଡେପୁଟି ସେକ୍ରେଟାରି, ୬ ଜଣ ସେକ୍ସନ ଅଫିସର ଏବଂ ୧୫ ଜଣ ଆସିଷ୍ଟାଣ୍ଟ ସେକ୍ସନ ଅଫିସର। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନବକଳେବର କରାଯିବ ବୋଲି କୁହାଯାଉଛି।

Tags: #Politics #OdishaPolitics #CMO #MohanCharanMajhi #HomeDepartmentOdisha #OSSCadreOfficer

Comment