ଓଡ଼ିଶାଲାଇଭ୍ ବ୍ୟୁରୋ

ନିଟ୍ ପରୀକ୍ଷାକୁ ନେଇ ବିବାଦ ଜାରି ରହିଥିବାବେଳେ ଏହାକୁ ପରିଚାଳନା କରୁଥିବା ସଂସ୍ଥା ନାସନାଲ ଟେଷ୍ଟିଂ ଏଜେନ୍ସିକୁ (ଏନଟିଏ) ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପଦକ୍ଷେପ ନେଇଛି। ଏନଟିଏରେ ସଂସ୍ଥାଗତ ସଂସ୍କାର ଆଣିବା ଉଦ୍ଦେଶ୍ୟରେ ମନ୍ତ୍ରାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡକ୍ଟର କେ ରାଧାକ୍ରିଷ୍ଣନ୍ ଏହି ୭ ଜଣିଆ ସଦସ୍ୟ କମିଟିର ଅଧ୍ୟକ୍ଷ ରହିବେ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି।

ଏହି କମିଟି ଏନଟିଏ ଦ୍ଵାରା ପରିଚାଳିତ ପରୀକ୍ଷା ପ୍ରକ୍ରିୟାରେ ଉନ୍ନତି ଆଣିବା, ଡାଟା ସୁରକ୍ଷା ପ୍ରୋଟୋକଲ୍ ଏବଂ ସଂସ୍ଥାଗତ ଢାଞ୍ଚାରେ ଉନ୍ନତି ଆଣିବା ଉପରେ କାର୍ଯ୍ୟ କରିବ। କମିଟି ୨ ମାସ ଭିତରେ ଶିକ୍ଷା ମନ୍ତ୍ରାଳୟକୁ ରିପୋର୍ଟ ଦେବ।

ଏହି ଉଚ୍ଚସ୍ତରୀୟ କମିଟିର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଶିକ୍ଷା ମନ୍ତ୍ରାଳୟର ଯୁଗ୍ମ ସଚିବ ଗୋବିନ୍ଦ ଜୟସ୍ୱାଲ, ଏମ୍ସ ଦିଲ୍ଲୀର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ, ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଜେ ରାଓ, ଆଇଆଇଟି ମାଡ୍ରାସର ସିଭିଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର କେ ରାମମୂର୍ତ୍ତି, ପିପୁଲ ଷ୍ଟ୍ରଙ୍ଗର ସହପ୍ରତିଷ୍ଠାତା ତଥା କର୍ମଯୋଗୀ ଭାରତର ବୋର୍ଡ ସଦସ୍ୟ ପଙ୍କଜ ବଂଶଲ ଏବଂ ଆଇଆଇଟି ଦିଲ୍ଲୀର ପ୍ରଫେସର ଆଦିତ୍ୟ ମିତ୍ତଲ ପ୍ରମୁଖ ରହିଛନ୍ତି।  

Tags: #NationalTestingAgency #NTA #Examination #MinistryofEducation #India

LEAVE A REPLY

Please enter your comment!
Please enter your name here