ଓଡ଼ିଶାଲାଇଭ୍ ବ୍ୟୁରୋ

ଅଲିମ୍ପିକ୍ ୨୦୨୪ ପାଇଁ ଘୋଷଣା ହୋଇଛି ଭାରତୀୟ ପୁରୁଷ ହକି ଦଳ। ହରମନପ୍ରୀତ ସିଂହ ଦଳର ଅଧିନାୟକ ହୋଇଥିବାବେଳେ ହାର୍ଦ୍ଦିକ ସିଂହଙ୍କୁ ଉପଅଧିନାୟକ ଭାବେ ଚୟନ କରାଯାଇଛି। ବୁଧବାର ହକି ଇଣ୍ଡିଆ ତରଫରୁ ଘୋଷଣା ହୋଇଥିବା ୧୬ ଜଣିଆ ଭାରତୀୟ ଦଳରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି।

“ଚଳିତ ବର୍ଷର ଅଲିମ୍ପିକ୍ ପାଇଁ ଭାରତୀୟ ଦଳର ଚୟନ ବହୁତ ପ୍ରତିଦ୍ଵନ୍ଦ୍ଵିତାମୂଳକ ଥିଲା। ଖେଳାଳିମାନଙ୍କ ପ୍ରତିଭା ଓ ପ୍ରଦର୍ଶନକୁ ଦେଖି ସେମାନଙ୍କୁ ଦଳରେ ସାମିଲ କରାଯାଇଛି। ପ୍ୟାରିସରେ ସେମାନେ ଶ୍ରେଷ୍ଠ ପ୍ରଦର୍ଶନ କରିବେ ବୋଲି ମୋର ଆଶା” କହିଛନ୍ତି ଭାରତୀୟ ପୁରୁଷ ହକି ଦଳର କୋଚ୍ କ୍ରେଗ ଫୁଲଟନ।

ଅଲିମ୍ପିକ୍ ପାଇଁ ଭାରତୀୟ ଦଳ

ଗୋଲକିପର

୧. ପି ଆର୍ ଶ୍ରୀଜେଶ

ଡିଫେଣ୍ଡର

୨. ଜର୍ମନପ୍ରୀତ ସିଂହ

୩. ଅମିତ ରୋହିଦାସ

୪. ହରମନପ୍ରୀତ ସିଂହ

୫. ସୁମିତ

୬. ସଞ୍ଜୟ

ମିଡଫିଲ୍ଡର

୭. ରାଜକୁମାର ପାଲ

୮. ଶମସେର ସିଂହ

୯. ମନପ୍ରୀତ ସିଂହ

୧୦. ହାର୍ଦ୍ଦିକ ସିଂହ  

୧୧. ବିବେକ ସାଗର ପ୍ରସାଦ

ଫରୱାର୍ଡ

୧୨. ଅଭିଷେକ

୧୩. ସୁଖଜିତ ସିଂହ

୧୪. ଲଲିତ କୁମାର ଉପାଧ୍ୟାୟ

୧୫. ମନଦୀପ ସିଂହ

୧୬. ଗୁରଜନ୍ତ ସିଂହ

ଅତିରିକ୍ତ ଖେଳାଳି

୧. ନୀଳକାନ୍ତ ଶର୍ମା

୨. ଯୁଗରାଜ ସିଂହ

୩. କୃଷ୍ଣ ବାହାଦୁର ପାଠକ

୨୦୨୪ ଅଲିମ୍ପିକର ପୁରୁଷ ହକି ପ୍ରତିଯୋଗିତାରେ ଭାରତୀୟ ଦଳ ଗ୍ରୁପ୍ ‘ବି’ରେ ରହିଛି। ଭାରତ ସମେତ ଏହି ଗ୍ରୁପରେ ବେଲଜିୟମ, ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ନ୍ୟୁଜିଲାଣ୍ଡ ଓ ଆୟରଲାଣ୍ଡ ଭଳି ଦଳ ରହିଛନ୍ତି। ଜୁଲାଇ ୨୭ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ ଖେଳି ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ।  

Tags: #Olympics2024 #IndianMen’sHockeyTeam #Hockey #Sports #HockeyIndia

Comment