ଓଡ଼ିଶାଲାଇଭ୍ ବ୍ୟୁରୋ

ନିଜକୁ କୃଷି ଅଧିକାରୀ ପରିଚୟ ଦେଇ ଚାଷୀଙ୍କ ଘରେ ପଶୁଛନ୍ତି, ବିହନ, ସାର ଏବଂ କୀଟନାଶକ ଔଷଧ ଆଦି ଉପରେ ସବସିଡି ମିଳିବ କହି ଲକ୍ଷାଧିକ ଟଙ୍କା ଠକି ନେଉଛନ୍ତି ଦୁର୍ବୃତ୍ତ। ଏହିଭଳି ଏକ ଠକେଇର ଶିକାର ହୋଇଛନ୍ତି କଟକ ଜିଲ୍ଲା ବାରଙ୍ଗ ବ୍ଲକ ଦକ୍ଷିଣଉଷୁମା ଗାଁର ଗଙ୍ଗାଧର ଜେନା।
ବୁଧବାର ଦିନ ଦୁଇ ଜଣ ଯୁବକ ନିଜକୁ ନିଜକୁ କୃଷି ଅଧିକାରୀ ପରିଚୟ ଦେଇ ଗଙ୍ଗାଧର ଜେନାଙ୍କ ଘରେ ପହଞ୍ଚିଲେ। ଯୁବକମାନେ ଗଙ୍ଗାଧରଙ୍କ କହିଥିଲେ, “ତୁମ ଗାଁରେ ଉନ୍ନତମାନର ବିହନ, ସାର ଏବଂ କୀଟନାଷକ ଔଷଧ ଦିଆଯିବ। କୃଷକ କାର୍ଡ ଥିଲେ ୩୫ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ଦିଆଯିବ।”
କୃଷକ କାର୍ଡ ଅଛିକି ନାହିଁ ସେମାନେ ଗଙ୍ଗାଧରଙ୍କୁ ପଚାରିବାରୁ ସେ ମନା କହିଥିଲେ। ହଜାର ଟଙ୍କା ଦେଲେ କୃଷକ କାର୍ଡ ପାଇଁ ପଞ୍ଜୀକରଣ କରାଇଦେବେ ବୋଲି ସମ୍ପୃକ୍ତ ଯୁବକମାନେ ଗଙ୍ଗାଧରଙ୍କୁ କହିଥିଲେ। ସେମାନଙ୍କ କଥାରେ ବିଶ୍ଵାସ କରି ଗଙ୍ଗାଧର ୧୦୦୦ ଟଙ୍କା ଆଣି ଯୁବକମାନଙ୍କୁ ଦେଇଥିଲେ, କିନ୍ତୁ ଟଙ୍କା ନଦେଇ ସେଲଫ୍ ଚେକ୍ ଦେବାକୁ ସେମାନେ କହିଥିଲେ।
ପରେ ଏକ ହଜାର ଟଙ୍କାର ସେଲଫ ଚେକରେ ଦସ୍ତଖତ କରି ଗଙ୍ଗାଧର ଜେନା ଯୁବକମାନଙ୍କୁ ବଢ଼ାଇଥିଲେ। ଦିନେ ଦୁଇ ଦିନ ଭିତରେ ପଞ୍ଜୀକରଣ ହୋଇଯିବ କହି ଯୁବକମାନେ ପଳାଇଥିଲେ। ଏହି ଘଟଣାର ପ୍ରାୟ ୩ ଘଣ୍ଟା ପରେ ଗଙ୍ଗାଧର ଜେନାଙ୍କ ମୋବାଇଲକୁ ବ୍ୟାଙ୍କରୁ ଗୋଟିଏ ମେସେଜ ଆସିଥିଲା। ମେସେଜ ଖୋଲିଦେଖିଲା ବେଳେକୁ ତାଙ୍କ ଆକାଉଣ୍ଟରୁ ୭୧ ହଜାର ଟଙ୍କା ଉଠାଯାଇଥିବା ସେ ଦେଖିବାକୁ ପାଇଥିଲେ।
ଏହା ପରେ ବ୍ୟାଙ୍କକୁ ଦୌଡ଼ି ଯାଇଥିଲେ ଗଙ୍ଗାଧର। ଟଙ୍କା ଉଠାଣ ସମ୍ପର୍କରେ ବ୍ୟାଙ୍କରେ ପଚାରିବାରୁ ସେ ଜାଣିବାକୁ ପାଇଥିଲେ ଜଣେ ଯୁବକ ନିଜକୁ ଗଙ୍ଗାଧରଙ୍କ ପୁଅ ବୋଲି ପରିଚୟ ଦେଇ ସେଲଫ ଚେକ ମାଧ୍ୟମରେ ୭୧ ହଜାର ଟଙ୍କା ଉଠାଇଛନ୍ତି।
ପରେ ଗଙ୍ଗାଧର ଜେନା ବ୍ୟାଙ୍କରୁ ସମ୍ପୃକ୍ତ ଚେକର ଏକ ନକଲ ଆଣି କଟକ ସଦର ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ଚାଷୀଙ୍କଠାରୁ ମୋଟ ଅଙ୍କର ଅର୍ଥ ଠକି ନେଉଛନ୍ତି ଉଟେ ଛି କଟକ ଜିଲ୍ଲା ଲୁଟେରାଙ୍କ ଟାର୍ଗେଟରେ ଏବେ ଅବସର ନେଇଥିବା ସରକାରୀ ଚାକିରିଆ।
ସଚେତନତା ଅଭାବରୁ କେବଳ ଗଙ୍ଗାଧର ନୁହନ୍ତି ତାଙ୍କ ଭଳି ଅନେକ ଚାଷୀ ଏଭଳି ଠକାମିର ଶିକାର ହେବାରେ ଲାଗିଛନ୍ତି। ଲୋକଙ୍କୁ ନୂଆ ନୂଆ ଉପାୟରେ ଠକିବାର ବାହାନା ଆପଣଉଛନ୍ତି ଠକ।
Tags: #Scame #Fraud #GangadharJena #DakhinausumaVillage #Odisha