ଓଡ଼ିଶାଲାଇଭ ବ୍ୟୁରୋarrested

ଗୃହ ସଚିବ ଭାବେ ନିଜକୁ ପରିଚୟ ଦେଇ ଜଣେ ବ୍ୟକ୍ତି ଲୋକଙ୍କୁ ଠକୁଥିଲା। ପୋଲିସ ତାକୁ ଗିରଫ କରିଛି। ଘଟଣାଟି ଘଟିଛି ନୟାଗଡରେ। ମିଛ ପରିଚୟ ଦେଇ ବିଭିନ୍ନ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେବା ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଏଥିରେ ତତ୍ପରତା ପ୍ରକାଶ କରିଥିଲା।

କାହ୍ନୁ ଚରଣ ପ୍ରଧାନ ନାମକ ଜଣେ ଯୁବକ ଚାନ୍ଦପୁର ଅଞ୍ଚଳରେ ଏହି କାରବାର ଚଳାଇଥିଲା। ବିଗତ ଦୁଇ ମାସ ଧରି ରଣପୁର ଓ ନୟାଗଡ଼ରେ ବେଶ କିଛି ଲୋକ ଏହି ଠକାମିର ଶିକାର ହୋଇଥିଲେ। ଅଭିଯୋଗ ପାଇବା ପରେ ପୋଲିସ ପକ୍ଷରୁ ତନାଘନା ଆରମ୍ଭ କରାଯାଇଥିଲା। ଚାନ୍ଦପୁରରୁ ଏକ ପୋଲିସ ଟିମ କଟକ ଯାଇ ୩୫ ବର୍ଷୀୟ ଏହି ଯୁବକ କାହ୍ନୁକୁ କଟକରେ ଗିରଫ କରିଛି। ଚଢ଼ାଉ ବେଳେ ତା ଠାରୁ ଗୋଟିଏ କାର, ମିଛ ପରିଚୟ ପତ୍ର, ଦୁଇଟି ମୋବାଇଲ ଫୋନ, ବ୍ୟାଙ୍କ ପାସବୁକ ଓ ଚେକ ବୁକ ଜବତ କରିଛି। ଖାଲି ସେତିକି ନୁହେଁ ତାଠାରୁ ୧୫ଟି ଏଟିଏମ କାର୍ଡ଼, ଗୋଟିଏ ଲାପଟପ ଓ ଡାଇରି ମଧ୍ୟ ଜବତ କରାଯାଇଛି।

ପୋଲିସର କହିବା ଅନୁଯାୟୀ କାହ୍ନୁ ନିଜକୁ ଓଡ଼ିଶା ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ବୋଲି ପରିଚୟ ଦେବା ସହ ଚାକିରୀ କରାଇଦେବି କହି ଯୁବକଙ୍କ ଠାରୁ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହୋଇଥିଲା। ସରକାରୀ ଅଫିସରରେ ପଡି ରହିଥିବା କାମ କରାଇଦେବ ବୋଲି କହି ମଧ୍ୟ ସେ ଲୋକଙ୍କଠାରୁ ଅର୍ଥ ଆଦାୟ କରୁଥିଲା।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ କାହ୍ନୁ ରାଇପଡା ଡବଲ ମର୍ଡ଼ର ମାମଲାର ପ୍ରଧାନ ଅଭିଯୁକ୍ତ।

Comment