ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଡାକ୍ତର ପରିଚୟ ଦେଇ ଲୋକଙ୍କ ଜୀବନ ସହ ଖେଳ ଖେଳି ପୁଳା ପୁଳା ଟଙ୍କା ରୋଜଗାର କରୁଥିଲେ ଏସ୍ ସୁବ୍ରତ ବିଶ୍ଵାସ। ଚିକିତ୍ସା କରୁଥିବା ଡାକ୍ତର ଜଣକ ଅସଲି ନୁହେଁ ନକଲି ବୋଲି ଜଣାପଡ଼ିବା ପରେ ସେ ଥାନାରେ ଅଟକ ରହିବା ସହ ସିଲ ହୋଇଛି ବେଆଇନ କ୍ଳିନିକ। ଏହି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ।

ମୁନିଗୁଡ଼ା ପୁରୁଣା ବସଷ୍ଟାଣ୍ଡ ନିକଟରେ ବେଆଇନ ଭାବେ ଚାଲିଥିଲା ଏକ ଘରୋଇ କ୍ଲିନିକ। ଡାକ୍ତରୀ ଡିଗ୍ରୀ ନଥାଇ ଏହି କ୍ଲିନିକଟିକୁ ଚଲାଉଥିଲେ ଏସ୍ ସୁବ୍ରତ ବିଶ୍ଵାସ। ଏ ସମ୍ପର୍କରେ ଅଭିଯୋଗ ହେବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ମୁନିଗୁଡ଼ା ତହସିଲଦାର, ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଓ ଥାନାଧିକାରୀ ମିଳିତ ଭାବେ କ୍ଲିନିକ ଉପରେ ଚଢ଼ାଉ କରିଥିଲେ।

ଯାଞ୍ଚ ବେଳେ ନିଜକୁ ଡାକ୍ତରର ପରିଚୟ ଦେଇ ରୋଗୀ ସେବା କରୁଥିବା ଏସ୍ ସୁବ୍ରତ ବିଶ୍ଵାସଙ୍କ ପାଖରେ କୌଣସି ଡକ୍ତରୀ ଡିଗ୍ରୀ ନଥିବା ଜଣାପଡ଼ିଥିଲା। ପରେ ସମ୍ପୃକ୍ତ କ୍ଳିନିକକୁ ସିଲ କରାଯିବା ସହ ନକଲି ଡାକ୍ତର ଏସ୍ ସୁବ୍ରତ ବିଶ୍ଵାସଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି।

Tags: #Doctor #Treatment #Fraud #Rayagada #Muniguda #ClinicSealed

LEAVE A REPLY

Please enter your comment!
Please enter your name here