ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନ ସମୟରେ ସାଧାରଣ ଲୋକମାନେ ଠକେଇର ଶିକାର ହେଉଥିବା ଦେଖିବାକୁ ମିଳୁଛି। ନିଜକୁ ବ୍ୟାଙ୍କ ଅଧିକାରୀ କିମ୍ବା ସରକାରୀ ଅଧିକାରୀ କହି ଅନେକ ସାଇବର ଲୁଟେରା ଲୋକମାନଙ୍କୁ କଳାକନା ବୁଲାଉଛନ୍ତି। ତେବେ କିଛି ସତର୍କତା ଆପଣଙ୍କୁ ଏଥିରୁ ବଞ୍ଚେଇ ଦେଇପାରିବ।

ଯଦି କେହି ନିଜକୁ ବ୍ୟାଙ୍କ ଅଧିକାରୀ କିମ୍ବା ସରକାରୀ ଅଧିକାରୀର ପରିଚୟ ଦେଇ ଆପଣଙ୍କୁ ଫୋନ୍ କରି ଏଟିଏମ୍ ନମ୍ବର କିମ୍ବା ବ୍ୟାଙ୍କ ପାସବୁକ୍ ନମ୍ବର ମାଗୁଛନ୍ତି ତେବେ ଆପଣ ସତର୍କ ରୁହନ୍ତୁ। କଦାପି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଯେଭଳିକି ଏଟିଏମ୍ ନମ୍ବର, ବ୍ୟାଙ୍କ୍ ପାସବୁକ୍ ନମ୍ବର କିମ୍ବା ଓଟିପି ନମ୍ବର ସେଆର କରନ୍ତୁ ନାହିଁ। ନଚେତ୍ ଆପଣ ଠକାମିର ଶିକାର ହୋଇପାରନ୍ତି।

ଏଥିସହିତ ଅଜଣା ଲୋକମାନଙ୍କୁ ପାନ କାର୍ଡ ନମ୍ବର, ଆଧାର ନମ୍ବର, ବ୍ୟାଙ୍କ୍ ପାସବୁକ୍ ନମ୍ବର ଆଦି ଜଣାନ୍ତୁ ନାହିଁ। ଏହାଦ୍ୱାରା ସାଇବର ଲୁଟେରାମାନଙ୍କୁ ଠକେଇ କରିବା ସହଜ ହୋଇଥାଏ।

ଏଥିସହିତ ଯଦି କୌଣସି ବ୍ୟକ୍ତି ଫୋନ୍ କରି ଆପଣଙ୍କୁ ଏଭଳି କିଛି ତଥ୍ୟା ଦେବାକୁ କହେ ତେବେ ତା’ ସହିତ ଅଧିକ ସମୟ କଥା ହୁଅନ୍ତୁ ନାହିଁ। ତୁରନ୍ତ କଲଟିକୁ କାଟି ଦିଅନ୍ତୁ। ଏହାପରେ ଆପଣ ଏନେଇ ପୋଲିସକୁ ମଧ୍ୟ ଜଣାଇପାରିବେ।BGUଆପଣଙ୍କ ଫୋନକୁ ଆସୁଥିବା ଯେକୌଣସି ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ନାହିଁ। ଏହାଦ୍ୱାରା ମୁହୂର୍ତ୍ତଙ୍କ ମଧ୍ୟରେ ଆପଣ ଠକାମିର ଶିକାର ହୋଇପାରନ୍ତି। ସଠିକ୍ କିମ୍ବା ଦରକାରୀ ଲିଙ୍କକୁ ହିଁ କେବଳ କ୍ଲିକ୍ କରନ୍ତୁ।

Comment