ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର(ଓକାକ୍) ପରିସରରେ ସାଇବର ସିକ୍ୟୁରିଟି ଅପରେସନ ସେଣ୍ଟର ଉଦଘାଟନ କରିଛନ୍ତି। ଏହି ସେଣ୍ଟର ସରକାରୀ ଓ୍ଵେବସାଇଟକୁ ସୁରକ୍ଷା ଯୋଗାଇବ। ରାଜ୍ୟ ସରକାରଙ୍କ ଗୁରୁତ୍ଵପୂର୍ଣ୍ଣ ତଥ୍ୟକୁ ହ୍ୟାକରମାନଙ୍କ କବଳରୁ ସୁରକ୍ଷା ଦେବା ଲାଗି ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଥିବା କୁହାଯାଉଛି।

ଷ୍ଟେଟ ଡାଟା ସେଣ୍ଟର, ଷ୍ଟେଟ ଓ୍ଵାଇଡ ଏରିଆ ନେଟଓ୍ଵର୍କ ଓ ସଚିବାଳୟ ନେଟଓ୍ଵର୍କର ସମସ୍ତ ଗତିବିଧିକୁ ସାଇବର ସିକ୍ୟୁରିଟି ଅପରେସନ ସେଣ୍ଟର ମାଧ୍ୟମରେ ତଦାରଖ କରାଯାଉଛି। ଏହା ଏକ ସ୍ଵୟଂସମ୍ପୂର୍ଣ୍ଣ ଭିତ୍ତିଭୂମି ଏବଂ ଭବିଷ୍ୟତରେ ଏଥିରେ ଅନେକ ପ୍ରକାର ସୂଚନା ପ୍ରଯୁକ୍ତି ପ୍ରକଳ୍ପ ଏକୀଭୂତ ହୋଇପାରିବ। ଏଥିରେ ସମ୍ଭାବ୍ୟ ବିପତ୍ତିର ସମୟ ଉପଯୋଗୀ ସୂଚନା, ସ୍ଵୟଂସମ୍ପୂର୍ଣ୍ଣ ମାନର ଭିତ୍ତିଭୂମି ଇତ୍ୟାଦି ବ୍ୟବସ୍ଥା ରହିଛି। କାର୍ଯ୍ୟକ୍ରମରେ ୫-ଟି ସଚିବ ଭି କେ ପାଣ୍ଡିଆନ, ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସମେତ ଓକାକର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Tags: #Security #CyberSecurity #ComputerApplication #CMOdisha #NaveenPatnaik

Comment