ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ଟି-ଟ୍ୱେଣ୍ଟି ବିଶ୍ଵକପର ଦ୍ଵିତୀୟ ସେମି ଫାଇନାଲରେ ଆଜି ଭାରତ-ଇଂଲଣ୍ଡ ଟକ୍କର। ମ୍ୟାଚକୁ ନେଇ ଉଭୟ ଦଳର ଖେଳାଳି ପ୍ରସ୍ତୁତ ହୋଇଛନ୍ତି। ଗୁଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଏହି ହାଇ ଭୋଲଟେଜ ମ୍ୟାଚକୁ ଉପଭୋଗ କରିବା ପାଇଁ କ୍ରିକେଟ ପ୍ରେମୀମାନେ ଅନାଇ ବସିଛନ୍ତି।

ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ବିଶ୍ଵକପରେ ନିଜର ବିଜୟଧାରାକୁ ବଜାୟ ରଖିବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ। ସେହିପରି ଜୋସ ବଟଲରଙ୍କ ନେତୃତ୍ୱରେ ଇଂଲଣ୍ଡ ମଧ୍ୟ ଏହି ମ୍ୟାଚରେ କଡ଼ା ପ୍ରତିଦ୍ଵନ୍ଦ୍ଵିତା କରିବାର ସମ୍ଭାବନା ରହିଛି।

ବିଶ୍ୱକପରେ ଭଲ ଅଭିଜ୍ଞତା ରଖିଥିବା ଭାରତୀୟ ଖେଳାଳି ରୋହିତ ଶର୍ମା, ବିରାଟ କୋହଲୀ, ରବୀନ୍ଦ୍ର ଜାଡେଜା, ରିଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ ବୁମରାହଙ୍କ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ପ୍ରଦର୍ଶନ ଉପରେ ସମସ୍ତ ନଜର ରହିବ।

ଅନ୍ୟପଟେ ଫିଲିପ ସଲ୍ଟ, ଜୋସ୍ ବଟଲର, ମୋଇନ ଅଲ୍ଲୀ, ଜନି ବେୟାରଷ୍ଟୋଙ୍କ ବ୍ୟାଟିଂ ଉପରେ ଇଂଲଣ୍ଡ ଟିମ ନିର୍ଭର କରିବ। ସେହିପରି ମାର୍କ ଉଡ, ବେନ ଡକେଟ, ଆଦିଲ ରସିଦ ଓ ଜୋଫ୍ରା ଆର୍ଚରଙ୍କ ବୋଲିଂ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ କିଛି ମାତ୍ରାରେ ଦ୍ଵନ୍ଦ୍ଵରେ ପକାଇପାରେ।

ତେବେ ଇଂଲଣ୍ଡକୁ ସାମ୍ନା କରିବା ପାଇଁ ଭାରତୀୟ ଦଳ କେଉଁ ରଣନୀତି ଆପଣାଉଛି ତାହା ଚର୍ଚ୍ଚାର ବିଷୟ ପାଲଟିଛି। ସେହିପରି ଯଦି ଭାରତ ପ୍ରଥମେ ବ୍ୟାଟିଂ କରେ ନିଜର ଓପନିଂକୁ ସୁଦୃଢ଼ କରିବା ପାଇଁ ସବୁ ପ୍ରୟାସ କରିବ।

୨୦୨୨ ମସିହାର ଟି-ଟ୍ୱେଣ୍ଟି ବିଶ୍ଵକପର ସେମି ଫାଇନାଲରେ ମଧ୍ୟ ଭାରତ ଓ ଇଂଲଣ୍ଡ ମୁହାଁମୁହିଁ ହୋଇଥିଲେ। ହେଲେ ଏହି ମ୍ୟାଚରେ ଇଂଲଣ୍ଡ ଭାରତକୁ ୧୦ ୱିକେଟରେ ପରାସ୍ତ କରିଥିଲା। ଏବେ ୨୦୨୪ ଟି-ଟ୍ୱେଣ୍ଟି ବିଶ୍ଵକପରେ ଏହାର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ।     

ଅନ୍ୟପଟେ ଗୁରୁବାର ଚଳିତ ଟି-ଟ୍ୱେଣ୍ଟି ବିଶ୍ଵକପର ପ୍ରଥମ ସେମିଫାଇନାଲ ମ୍ୟାଚରେ ଅଫଗାନିସ୍ତାନକୁ ପରାସ୍ତ କରି ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଛି ଦକ୍ଷିଣ ଆଫ୍ରିକା। ଏହି ମ୍ୟାଚରେ ଅଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ମାତ୍ର ୫୬ ରନରେ ଅଲ ଆଉଟ ହୋଇଥିଲା। ପରେ ଦକ୍ଷିଣ ଆଫ୍ରିକା ଖୁବ୍ ସହଜରେ ଏହି ଟାର୍ଗେଟ ହାସଲ କରିନେଇଥିଲା।

Tags: #ICCT20WorldCup #Semifinal #IndiavsEngland #Cricket #Sports #BCCI

LEAVE A REPLY

Please enter your comment!
Please enter your name here