ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ସଂସଦରେ ଆଗତ ହୋଇଛି ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ଦେଶରେ ଚାଲୁ ରହିଥିବା ନୂଆ ଆୟକର ବ୍ୟବସ୍ଥାର ଆୟକର ସୀମାକୁ ନେଇ ବିଶେଷ ଘୋଷଣା କରାଯାଇଛି।
ନୂଆ ଆୟକର ବ୍ୟବସ୍ଥା ଅନୁସାରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ କିଛି ଆୟକର ଦେବାକୁ ପଡ଼ିବ ନାହିଁ। ତେବେ ୩ ଲକ୍ଷରୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୫ ପ୍ରତିଶତ କରାଯାଇଛି। ପୂର୍ବରୁ ୩ ଲକ୍ଷରୁ ୬ ଲକ୍ଷ ଟଙ୍କା ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ୫ ପ୍ରତିଶତ ଆୟକର ଦେବାକୁ ପଡୁଥିଲା।
ସେହିପରି ୭ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୦ ପ୍ରତିଶତ ଦେବାକୁ ପଡ଼ିବ। ଯାହାକୁ ପୂର୍ବରୁ ୬ ଲକ୍ଷରୁ ୯ ଲକ୍ଷ ଟଙ୍କା ଆୟ ପାଇଁ ଦେବାକୁ ପଡୁଥିଲା।
ଅନ୍ୟପଟେ ବଜେଟରେ ହୋଇଥିବା ଘୋଷଣା ଅନୁସାରେ ଏଣେ ୧୦ରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୫ ପ୍ରତିଶତ। ୧୨ରୁ ୧୫ ଲକ୍ଷ ଟଙ୍କା ଆୟ ପାଇଁ ଆୟକର ୨୦ ପ୍ରତିଶତ। ୧୫ ଲକ୍ଷ ଟଙ୍କାରୁ ଅଧିକ ଆୟ ପାଇଁ ଆୟକର ୩୦ ପ୍ରତିଶତ କରାଯାଇଛି। ୨୦୨୩ର ଆୟକର ସୀମା ଅନୁସାରେ ଏହି ୩ଟି ଟ୍ୟାକ୍ସ ସ୍ଲାବରେ ରେ କିଛି ପରିବର୍ତ୍ତନ ହୋଇ ନାହିଁ।
ନୂଆ ଆୟକର ବ୍ୟବସ୍ଥାରେ ଥିବା ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ୭୫ ହଜାର ଟଙ୍କା କରାଯାଇଛି। ଏହାସହ ଆୟକର ନିୟମ-୧୯୬୧ର ସମୀକ୍ଷା କରାଯିବା ନେଇ ବଜେଟରେ ଘୋଷଣା କରାଯାଇଛି।
Tags: #UnionBudget2024-25 #NirmalaSitharaman #IncomeTax #ParliamentBudgetSession #MinistryofFinance #India