ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ଦିନରେ ମହଙ୍ଗା ମାଡ଼ରୁ ସାଧାରଣ ଲୋକଙ୍କୁ ମିଳିବ ସାମାନ୍ୟ ଆଶ୍ଵସ୍ତି। ମଙ୍ଗଳବାର ଦିନ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନା କରିଛନ୍ତି। ବଜେଟ ଉପସ୍ଥାପନା ବେଳେ ସୁନା, ରୁପା ଏବଂ ପ୍ଲାଟିନମ ଉପରେ ଲାଗୁଥିବା ସୀମା ଶୁଳ୍କ ବା କଷ୍ଟମ ଡ୍ୟୁଟି ହ୍ରାସ କରିବା ଲାଗି ଘୋଷଣା କରାଯାଇଛି।

ସୁନା ଓ ରୁପା କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖୁସି ଖବର। ସୁନା, ରୁପା ଏବଂ ପ୍ଲାଟିନମ ଉପରେ ଲାଗୁଥିବା ସୀମା ଶୁଳ୍କ ହ୍ରାସ ପାଇବ। ବଜେଟରେ କୁହାଯାଇଛି ସୁନା ଓ ରୁପା ଉପରୁ ସୀମା ଶୁଳ୍କ ୬ ପ୍ରତିଶତ ହ୍ରାସ କରାଯିବ। ସେହିପରି ପ୍ଲାଟିନମ ଉପରୁ ସୀମା ଶୁଳ୍କ ୬.୪ ପ୍ରତିଶତ ହ୍ରାସ କରାଯିବ। ଏହି କାରଣରୁ ସୁନା, ରୁପା ଏବଂ ପ୍ଲାଟିନମ ମୂଲ୍ୟରେ ହ୍ରାସ ହେବ।

Tags: #Budget2024 #NirmalaSitharaman #UnionBudget202425 #BudgetUpdates #ParliamentBudgetSession #MinistryofFinance #India

LEAVE A REPLY

Please enter your comment!
Please enter your name here