ଓଡ଼ିଶାଲାଇଭ୍ ବ୍ୟୁରୋ
ଆଦିବାସୀ ବର୍ଗଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ଲାଗି କେନ୍ଦ୍ର ବଜେଟରେ ବିଶେଷ ବ୍ୟବସ୍ଥା କରାଯାଇଛି। ଏହି କ୍ରମରେ ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଆରମ୍ଭ କରାଯିବ। ବଜେଟ୍ ଉପସ୍ଥାପନ ବେଳେ ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।
ଏହି ଯୋଜନା କାର୍ଯ୍ୟକ୍ଷମ ହେବା ଫଳରେ ଭାରତର ବିଭିନ୍ନ ଆଦିବାସୀ ବହୁଳ ଗାଁ ଏବଂ ଆକାଂକ୍ଷୀ ଜିଲ୍ଲାର ଲୋକମାନେ ଉପକୃତ ହେବେ। ଏହି ଯୋଜନା ଅଧୀନରେ ୬୩ ହଜାର ଆଦିବାସୀ ଗାଁର ୫ କୋଟିରୁ ଅଧିକ ଲୋକ ବିଭିନ୍ନ ସୁବିଧା ପାଇପାରିବେ।
Tags: #Budget2024 #NirmalaSitharaman #UnionBudget202425 #BudgetUpdates #ParliamentBudgetSession #MinistryofFinance #India