ଓଡ଼ିଶାଲାଇଭ୍ ବ୍ୟୁରୋ

ଗିରଫ ହେଲେ କୋଟିପତି ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆନନ୍ଦପୁର ବ୍ୟାରେଜ ଡିଭିଜନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କୁ ଶନିବାର ଦିନ ଗିରଫ କରିଛି ଭିଜିଲାନ୍ସ ବିଭାଗ।

ଶୁକ୍ରବାର ଦିନ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ବାସଭବନ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ପ୍ରଭାସଙ୍କର ଓଡ଼ିଶା ସହ ପଶ୍ଚିମବଙ୍ଗରେ ୮୫ଟି ପ୍ଲଟ ଥିବା ଚଢ଼ଉ ବେଳେ ଜଣାପଡ଼ିଥିଲା। ଏଥିମଧ୍ୟରେ ରହିଛି ବାଲେଶ୍ଵର ଜିଲ୍ଲାର ଜଳେଶ୍ଵରରେ ୮୦ଟି ପ୍ଲଟ, ପୁରୀ ଜିଲ୍ଲାର ଡେଲାଙ୍ଗରେ ୪ଟି ଏବଂ ପଶ୍ଚିମବଙ୍ଗରେ ଗୋଟିଏ ପ୍ଲଟ।

ଏହା ବ୍ୟତୀତ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କର ଗୋଟିଏ ୫ ମହଲା କୋଠା ଏବଂ ମାର୍କେଟ କମ୍ପ୍ଲେକ୍ସ ଠାବ ହୋଇଥିବାବେଳେ ନଗଦ ୧୧ ଲକ୍ଷ ଟଙ୍କା ୨୧୮ ଗ୍ରାମର ସୁନା ଗହଣା ଏବଂ ଗୋଟିଏ କାର ଜବତ କରାଯାଇଥିଲା।

Tags: #VigilanceRaid #Balesore #PrabhasChandraPradhan #Anandpur #IrrigationDept #Odisha

Comment