ଓଡ଼ିଶାଲାଇଭ୍ ବ୍ୟୁରୋ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ କଟକ ଜିଲ୍ଲା ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ ବିଭାଗ। ପ୍ରଦୀପ କୁମାର ସାହୁଙ୍କ ବାସଭବନ ସମେତ ଭୁବନେଶ୍ଵର, ଖୋର୍ଦ୍ଧା, ନୟାଗଡ଼ ଏବଂ ଆଠଗଡ଼ରେ ଥିବା ୮ଟି ଠିକଣା ଉପରେ ଏକକାଳୀନ ଚଢ଼ଉ କରାଯାଇଛି।
ଭୁବନେଶ୍ଵର ଗୌତମ ନଗରସ୍ଥିତ ଘର, ଭାଲିଆବାଡ଼ି, ରାଜସୁନାଖଳାରେ ବହୁ ମହଲା ବିଶିଷ୍ଟ କୋଠା, ରାଜସୁନାଖଳରେ ଥିବା ପୈତୃକ ଘର, ଖୋର୍ଦ୍ଧା ଜିଲ୍ଲା ପିଚୁକୁଳିରେ ଥିବା ସମ୍ପର୍କୀୟଙ୍କ ଘର, ଆଠଗଡ଼ରେ ଥିବା କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଚଢ଼ଉ କରିଛି ଭିଜିଲାନ୍ସ ଟିମ।
ଚଢ଼ଉ ବେଳେ ବିଡିଓ ପ୍ରଦୀପ କୁମାର ସାହୁଙ୍କ ଘରୁ ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ, ହୀରା ଏବଂ ସୁନା ଗହଣା, ସୁନା ବିସ୍କୁଟ, ବିଭିନ୍ନ ବ୍ୟାଙ୍କର ପାସବୁକ୍ ଏବଂ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଠାବ କରିଛି ଭିଜିଲାନ୍ସ ଟିମ। ସରକାରୀ ବାବୁଙ୍କ ସମ୍ପତ୍ତିର ଆକଳନ ଆହୁରି ବଢ଼ିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି।
ଭିଜିଲାନ୍ସ ଭାଗ ପକ୍ଷରୁ କରାଯାଉଥିବା ଏହି ଚଢ଼ଉରେ ୬ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର, ୧୦ ଜଣ ସବଇନ୍ସପେକ୍ଟର ଏବଂ ଅନ୍ୟ ସଦସ୍ୟମାନେ ସାମିଲ ଅଛନ୍ତି।
Tags: #VigilanceRaid #VigilanceTrap #Athagarh #AthagarhBDO #Odisha











