ଓଡ଼ିଶାଲାଇଭ୍ ବ୍ୟୁରୋ
ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ କେନ୍ଦ୍ରାପଡ଼ାର ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ରଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ ବିଭାଗ। ପ୍ରଦୀପ କୁମାର ମହାପାତ୍ରଙ୍କ ୫ଟି ଠିକଣା ଉପରେ ଏକକାଳୀନ ଚଢ଼ଉ ଜାରି ରହିଛି।
କଟକ କଲ୍ୟାଣ ନଗର ସ୍ଥିତି ଘର ଓ ସମ୍ପର୍କୀୟଙ୍କ, ଭୁବନେଶ୍ଵର ଲିଙ୍ଗିପୁର ସ୍ଥିତ ଦୁଇ ମହଲା ବିଶିଷ୍ଟ କୋଠା, କେନ୍ଦ୍ରାପଡ଼ାସ୍ଥିତ କାର୍ଯ୍ୟାଳୟ ଓ କଟକ ନୂଆପଡ଼ାସ୍ଥିତ ପୈତୃକ ଘରେ ଭିଜିଲାନ୍ସ ଚଢ଼ଉ ଜାରି ରହିଛି।
ଚଉଢ଼ ବେଳେ ପ୍ରଦୀପ କୁମାର ମହାପାତ୍ରଙ୍କ ଘରୁ ନଗଦ ୧ ଲକ୍ଷ ୨୧ ହଜାର ଟଙ୍କା, ଏକ କୋଟି ଟଙ୍କାର ମ୍ୟୁଚୁଆଲ ଫଣ୍ଡ ଡିପୋଜିଟ, କଟକ ଓ ଭୁବନେଶ୍ଵରର ପ୍ରାଇମ ଲୋକେସନରେ ପ୍ଲଟ ଓ ଜମି ଠାବ ହୋଇଛି। ତାଙ୍କ ସମ୍ପତ୍ତିର ମୂଲ୍ୟ ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ବିରୋଧରେ ଏକାଧିକ ଅଭିଯୋଗ ରହିଛି। ଏହି ଅଭିଯୋଗ ପରେ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି।
ଏହି ଚଢ଼ଉରେ ୪ ଜଣ ଡିଏସପି, ଜଣେ ଆସିଷ୍ଟାଣ୍ଟ, ୫ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି।
Tags: #VigilanceRaid #KendraparaadditionalSupplyOfficer #PradeepKumarMohapatra #Odisha