ଓଡ଼ିଶାଲାଇଭ୍ ବ୍ୟୁରୋ

ଗିରଫ ହେଲେ କେନ୍ଦ୍ରାପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ।

ଶୁକ୍ରବାର ଦିନ ପ୍ରଦୀପ କୁମାର ମହାପାତ୍ରଙ୍କ ୫ଟି ଠିକଣା ଉପରେ ଚଢ଼ଉ କରିଥିଲେ ଭିଜିଲାନ୍ସ ଟିମ୍। ଚଢ଼ଉ ବେଳେ ପ୍ରଦୀପ ମହାପାତ୍ରଙ୍କର ଭୁବନେଶ୍ୱରର ଲିଙ୍ଗିପୁରରେ ଦୁଇ ମହଲା ବିଶିଷ୍ଟ କୋଠା, କଟକ ମଧୁପାଟଣାରେ ଗୋଟିଏ କୋଠା ଏବଂ ଭୁବନେଶ୍ୱର ଓ କଟକର ପ୍ରାଇମ ଲୋକେସନରେ ୨ଟି ପ୍ଲଟ ଠାବ କରାଯାଇଥିଲା।

ଏହା ବ୍ୟତୀତ ପ୍ରଦୀପ କୁମାର ମହାପାତ୍ରଙ୍କର ୨ କୋଟି ୮୬ ଲକ୍ଷ ୯ ହଜାର ୫୬୯ ଟଙ୍କାର ଜମା ଠାବ ହୋଇଛି। ଏଥିମଧ୍ୟରେ ୧ କୋଟି ୩୪ ଲକ୍ଷ ୫୦୫ ଟଙ୍କା ଡାକଘରେ ସଞ୍ଚୟ, ୯ ଲକ୍ଷ ୯ ହଜାର ୬୯ ଟଙ୍କାର ବ୍ୟାଙ୍କ ଜମା ଓ ୮୩ ଲକ୍ଷ ଟଙ୍କାର ମ୍ୟୁଚୁଆଲ ଫଣ୍ଡ ଜମା ରହିଛି।

ପ୍ରଦୀପ ମହାପାତ୍ରଙ୍କ ଘରୁ ୮୫୦ ଗ୍ରାମର ସୁନା ଅଳଙ୍କାର, ହୀରା ଅଳଙ୍କାର, ନଗଦ ୧ ଲକ୍ଷ ୨୧ ହଜାର ୫୦୦ ଟଙ୍କା, ଗୋଟିଏ କାର ଓ ଦୁଇଟି ବାଇକ ଜବତ କରାଯାଇଥିଲା।

ଜବତ ସମ୍ପତ୍ତି ସମ୍ପର୍କରେ ପ୍ରଦୀପ କୁମାର ମହାପାତ୍ର ସନ୍ତୋଷ ଜନକ ଉତ୍ତର ଦେଇନପାରିବାରୁ ତାଙ୍କୁ ଶନିବାର ଦିନ ଗିରଫ କରାଯାଇଛି। ଏହି ଚଢ଼ଉରେ ୪ ଜଣ ଡିଏସପି, ଜଣେ ଆସିଷ୍ଟାଣ୍ଟ, ୫ ଜଣ ଇନ୍ସପେକ୍ଟର ସାମିଲ ହୋଇଥିଲେ।

Tags: #VigilanceRaid #KendraparaadditionalSupplyOfficer #PradeepKumarMohapatra #Odisha

LEAVE A REPLY

Please enter your comment!
Please enter your name here