ଓଡ଼ିଶାଲାଇଭ୍ ବ୍ୟୁରୋ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଓଏସଆରଟିସି ଚିଫ୍ ଆକାଉଣ୍ଟସ୍ ଅଫିସର ବିଜୟ ମଙ୍ଗରାଜଙ୍କୁ ଶନିବାର ଦିନ ଗିରଫ କରିଛି ଭିଜିଲାନ୍ସ ବିଭାଗ। ଶୁକ୍ରବାର ଦିନ ବିଜୟ ମଙ୍ଗରାଜଙ୍କ ୭ଟି ଠିକଣା ଉପରେ ଚଢ଼ଉ କରିଥିଲା ଭିଜିଲାନ୍ସ ଟିମ୍।

ଚଢ଼ଉ ବେଳେ ବାବୁଙ୍କର ସମ୍ପତ୍ତି ଦେଖି ତାଜୁବ ହୋଇଥିଲେ ଭିଜିଲାନ୍ସ ଅଧିକାରୀ। ବିଜୟ ମଙ୍ଗରାଜଙ୍କର ଭୁବନେଶ୍ୱରର ପଳାଶୁଣୀରେ ଥିବା ୨ଟି କୋଠା ଠାବ ହୋଇଛି। ଏହା ସହ ଭୁବନେଶ୍ୱରର Z-1 ଆପାର୍ଟମେଣ୍ଟରେ ଗୋଟିଏ ଫ୍ଲାଟ, କେରଳର ଏର୍ଣ୍ଣାକୁଲମ୍‌ରେ ଏକ ଆଲିସାନ ବଙ୍ଗଳା ଥିବା ଚଢ଼ଉ ସମୟରେ ଜଣାପଡ଼ିଛି।

ବିଜୟ ମଙ୍ଗରାଜଙ୍କ ଘରୁ ପ୍ରାୟ ୫୦୦ ଗ୍ରାମର ସୁନା ଅଳଙ୍କାର ଜବତ ହୋଇଥିବାବେଳେ ବିଭିନ୍ନ ବ୍ୟାଙ୍କରେ ୧ କୋଟି ୪୭ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ରହିଥିବା ଜଣାପଡ଼ିଛି। ଠାବ ହୋଇଥିବା ସମ୍ପତ୍ତି ସମ୍ପର୍କରେ ବିଜୟ ମଙ୍ଗରାଜ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ତାଙ୍କୁ ଗିରଫ କରାଯାଇଛି। ଏହି ଚଢ଼ଉରେ ୮ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀ ସାମିଲ ଥିଲେ।

Tags: #VigilanceRaid #ChiefAccountsOfficer OSRTC #BijayMangaraj #Odisha

Comment