ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୪ ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ଵକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ହରମନପ୍ରିତ କୌର ଦଳର ଅଧିନାୟକ ଦାୟିତ୍ଵ ତୁଲାଇବେ। ସେହିପରି ସ୍ମୃତି ମନ୍ଧାନା ଦଳର ଉପଅଧିନାୟକ ରହିବେ। ଅକ୍ଟୋବର ୩ ତାରିଖରୁ ୨୦ ତାରିଖ ଯାଏଁ ୟୁଏଇରେ ମହିଳା ଟି-ଟ୍ୱେଣ୍ଟି ବିଶ୍ଵକପ ଖେଳାଯିବ।

ମହିଳା ଟି-ଟ୍ୱେଣ୍ଟି ବିଶ୍ଵକପ ପାଇଁ ଦଳର ଅନ୍ୟ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଶେଫାଳି ବର୍ମା, ଦିପ୍ତୀ ଶର୍ମା, ଜେମିମା ରୋଡ୍ରିଗସ, ରିଚା ଘୋଷ (ଓ୍ୱିକେଟ୍‌ ରକ୍ଷକ), ୟସ୍ତିକା ଭାଟିଆ (ଓ୍ୱିକେଟ୍‌ ରକ୍ଷକ), ପୂଜା ବସ୍ତ୍ରାକାର, ଅରୁନ୍ଧତୀ ରେଡ୍ଡୀ, ରେଣୁକା ସିଂହ ଠାକୁର, ଦୟାଲାନ୍‌ ହେମଲତା, ଆଶା ଶୋଭନା, ରାଧା ଯାଦବ, ଶ୍ରେୟଙ୍କା ପାଟିଲ, ସଞ୍ଜନା ସଞ୍ଜୀବନୀ।

ଏହି ବିଶ୍ଵକପ ପାଇଁ ୩ ଜଣ ଖେଳାଳିଙ୍କୁ ରିଜର୍ଭ ରଖାଯାଇଛି। ସେମାନେ ହେଲେ ଉମା ଛେତ୍ରୀ (ଓ୍ୱିକେଟ୍‌ ରକ୍ଷକ), ତନୁଜା କଅଁର, ସାଇମା ଠାକୋର।

ଚଳିତ ବର୍ଷ ଟି-ଟ୍ୱେଣ୍ଟି ବିଶ୍ଵକପରେ ପାଇଁ ଭାରତୀୟ ଟିମ୍‌ ଗ୍ରୁପ ‘ଏ’ରେ ରହିଛି। ଏଥିରେ ଅନ୍ୟ ଦଳଙ୍କ ମଧ୍ୟରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଓ ପାକିସ୍ତାନ ରହିଛନ୍ତି। ସେହିପରି ଇଂଲଣ୍ଡ, ବାଂଲାଦେଶ, ସ୍କଟଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍‌ ଗ୍ରୁପ୍‌-‘ବି’ରେ ସ୍ଥାନ ପାଇଛନ୍ତି।

୨୦୨୪ର ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ଵକପ ବାଂଲାଦେଶରେ ହେବା ନେଇ ସ୍ଥିର ହୋଇଥିଲା। ତେବେ ଦେଶରେ ଲାଗି ରହିଥିବା ରାଜନୈତିକ ବିବାଦକୁ ନେଇ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌କୁ ୟୁଏଇକୁ ସ୍ଥାନାନ୍ତରିତ କରାଯାଇଛି। ୟୁଏଇରେ ଖେଳାଯିବାକୁ ଥିଲେ ମଧ୍ୟ ବାଂଲାଦେଶ ଟୁର୍ଣ୍ଣାମେଣ୍ଟର ଆୟୋଜକ ରହିଛି।

Tags: #ICCWomensT-20WorldCup2024 #IndianSquad #Cricket #BCCI #Sports

LEAVE A REPLY

Please enter your comment!
Please enter your name here