ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଚକ୍ଷୁଦାନକୁ ପ୍ରୋତ୍ସାହିତ କରିବା ପାଇଁ ଦେଶରେ ପ୍ରତିବର୍ଷ ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୮ ଯାଏଁ ଜାତୀୟଚକ୍ଷୁଦାନ ପକ୍ଷ ଭାବେ ପାଳନ କରାଯାଉଛି। 

ଜଣେ ମୃତ ବ୍ୟକ୍ତିର ଚକ୍ଷୁଦାନ ଦ୍ୱାରା ଆଉ ଜଣେ ଦୃଷ୍ଟିହୀନ ବ୍ୟକ୍ତିର ଦୁନିଆ ଆଲୋକିତ ହୋଇପାରେ। ଚିକିତ୍ସା ବିଜ୍ଞାନର ସଫଳତା ଯୋଗୁଁ ଆଜି ଏହା ସମ୍ଭବ ହୋଇପାରିଛି।

ତେଣୁ ମୃତ୍ୟୁ ପରେ ଲୋକମାନେ ଚକ୍ଷୁଦାନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଫଳରେ ମୃତ ବ୍ୟକ୍ତିର ଆଖିରୁ କର୍ନିଆ ବା ସ୍ୱଚ୍ଛପଟଳକୁ କାଢ଼ି ଜଣେ ଦୃଷ୍ଟିହୀନଙ୍କ ଆଖିରେ ପ୍ରତିରୋପଣ କରାଯାଉଛି। ଫଳରେ ଜଣେ ଦୃଷ୍ଟିବାଧିତ ବ୍ୟକ୍ତି ଦୁନିଆ ଦେଖିବାର ସୁଯୋଗ ପାଉଛି। ଆସନ୍ତୁ ଚକ୍ଷୁଦାନ କରିବା, ମୃତ୍ୟୁ ପରେବି ଦୁନିଆକୁ ଦେଖିବା।

ଚକ୍ଷୁଦାନ କ’ଣ, ଚକ୍ଷୁଦାନ କେମିତି କରାଯାଏ ଏବଂ ଚକ୍ଷୁଦାନର ଆବଶ୍ୟକତା କେତେ ରହିଛି – ଏ ସବୁ ବିଷୟକୁ ନେଇ ଡାକ୍ତରଙ୍କ ପରାମର୍ଶ ଥିବା ଭିଡିଓ ପୋଷ୍ଟ କରାଯିବ। ‘ଓଡ଼ିଶାଲାଇଭ୍’ ନ୍ୟୁଜ ପୋର୍ଟାଲ ସହିତ ଏହାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ (ଫେସବୁକ, ଟୁଇଟର) ଏହି ଭିଡିଓଗୁଡ଼ିକ ପ୍ରସାରିତ ହେବ। ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ ପ୍ଲାଟଫର୍ମର ଓଡ଼ିଶାଲାଇଭ୍ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ।

ଚକ୍ଷୁଦାନ ମହତ ଦାନ। ଜଣେ ବ୍ୟକ୍ତି ଚକ୍ଷୁଦାନ କଲେ ୨ଜଣ ବ୍ୟକ୍ତି ସ୍ଵଚ୍ଛପଟଳ ଜନିତ ଅନ୍ଧତ୍ୱରୁ ରକ୍ଷା ପାଇପାରିବେ ଏବଂ ଦୁନିଆକୁ ଦେଖିପାରିବେ। ତେଣୁ ଚକ୍ଷୁଦାନ କରିବାର ଆବଶ୍ୟକତା ରହିଛି। ତେବେ ଚକ୍ଷୁଦାନ କେମିତି କରିବା, ସେ ସମ୍ପର୍କରେ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସୁଜାତା ଦାସଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #EyeDonation #NationalEyeDonationFortnight #ICanSeeClearlyNow #CorneaTransplant #DoctorAdvice #OdiaHealthTips

LEAVE A REPLY

Please enter your comment!
Please enter your name here