ଓଡ଼ିଶାଲାଇଭ୍ ବ୍ୟୁରୋ

ଭିଜିଲାନ୍ସ ଜାଲରେ ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ସୋମବାର ଦିନ ଚଢ଼ଉ କରିଛି ଭିଜିଲାନ୍ସ ଟିମ। ଧରଣୀଧର ନାୟକଙ୍କ ୫ଟି ଠିକଣା ଉପରେ ଏକକାଳୀନ ଚଢ଼ଉ ଜାରି ରହିଛି।

ଧରଣୀଧର ନାୟକଙ୍କ ତାଳଚେରସ୍ଥିତ ବାସଭବନ, ତେଲକୋଇ ଥାନା ଛାମୁଣ୍ଡା ଗାଁରେ ଥିବା ପୈତୃକ ଘର, ଭୁବନେଶ୍ଵର ଘର, ତେଲକୋଇରେ ମାର୍କେଟ କମ୍ଲେକ୍ସ ଓ କେନ୍ଦୁଝର ପୁରମୁଣ୍ଡାରେ ଥିବା ଶ୍ଵଶୂର ଘରେ ଚଢ଼ଉ କରାଯାଇଛି।

ଭୁବନେଶ୍ଵରରେ ଦେଢ଼ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଏକ ଆପାର୍ଟମେଣ୍ଟ, ସୁନ୍ଦରପଦାରେ ଦୁଇ ମହଲା ବିଶିଷ୍ଟ କୋଠା, ଯାହାର ମୂଲ୍ୟ ୫୫ ଲକ୍ଷ ଟଙ୍କାରୁ ଅଧିକ, କେନ୍ଦୁଝର ତେଲକୋଇରେ ୩ଟି ମାର୍କେଟ କମ୍ପ୍ଲେକ୍ସ, ଅନୁଗୁଳ, ଭୁବନେଶ୍ଵର ଓ କଟକରେ ଏକାଧିକ ପ୍ଲଟ ଥିବା ବର୍ତ୍ତମାନ ସୁଦ୍ଧା ଠାବ କରିଛି ଭିଜିଲାନ୍ସ ଟିମ୍।

ଏହା ବ୍ୟତୀତ ଧରଣୀଧର ନାୟକଙ୍କ ଭୁବନେଶ୍ଵରସ୍ଥିତ ସୁରେଖା ଅର୍କିଡ ଆପାର୍ଟମେଣ୍ଟ ଓ ତାଳଚେର ଘରୁ ସୁନା ଓ ରୁପା ଅଳଙ୍କାର, ଦାମୀ ଘଣ୍ଟା, ୧୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ୧୬ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ ଥିବା ଜଣାପଡ଼ିଛି। ସରକାରୀ ବାବୁଙ୍କ ସମ୍ପତ୍ତିର ମୂଲ୍ୟ ଆହୁରି ବଢ଼ିବା ନେଇ ଆଶଙ୍କା କରୁଛନ୍ତି ଭିଜିଲାନ୍ସ ଅଧିକାରୀ।

Tags: #VigilanceRaid #TalcherMineDeputyDirector #DharanidharNayak #Odisha

Comment