ଓଡ଼ିଶାଲାଇଭ୍ ବ୍ୟୁରୋ
ଭିଜିଲାନ୍ସ ଜାଲରେ ଭଞ୍ଜନଗର ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ଵାଇଁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ପ୍ରସନ୍ନ କୁମାର ସ୍ଵାଇଁଙ୍କ ଘର ସମେତ ୮ଟି ଠିକଣା ଉପରେ ବୁଧବାର ଦିନ ଚଢ଼ଉ କରିଛି ଭିଜିଲାନ୍ସ।
ପ୍ରସନ୍ନ କୁମାର ସ୍ଵାଇଁଙ୍କ ଭଞ୍ଜନଗର ସ୍ଥିତ ବାଗଦେବୀ ରୋଡରେ ଥିବା ଦୁଇଟି ୩ ମହଲା ବିଶିଷ୍ଟ ଘର, ବ୍ରହ୍ମପୁର ତୁଳସୀ ନଗରରେ ଥିବା ୪ ମହଲା ବିଶିଷ୍ଠ କୋଠା, ଭଞ୍ଜନଗରରେ ଥିବା ସମ୍ପର୍କୀୟଙ୍କ ଘର, ଭାଇଙ୍କ ଘର, ଭଞ୍ଜନଗର ସ୍ଥିତ କାର୍ଯ୍ୟାଳୟ ଓ ଲୁଡୁଲୁଡ଼ିଠାରେ ଥିବା ପୈତୃକ ଘର ସମେତ ମୋଟ ୮ଟି ସ୍ଥାନରେ ଚଢ଼ଉ ଜାରି ରହିଛି।
ଦୀର୍ଘ ଦିନ ହେଲା ପ୍ରସନ୍ନ କୁମାର ସ୍ଵାଇଁଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ଅଭିଯୋଗ ହୋଇଆସୁଥିଲା। ଅଭିଯୋଗ ଆଧାରରେ ଏହି ଚଢ଼ଉ କରାଯାଇଛି।
ଚଢ଼ଉରେ ୭ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ଓ ଏଏସ୍ଆଇ ସାମିଲ ଅଛନ୍ତି।
Tags: #VigilanceRaid #WaterResourcesDeptAssistantEngineer #Bhanjanagar #Odisha