ଓଡ଼ିଶାଲାଇଭ୍ ବ୍ୟୁରୋ

ଗିରଫ ହେଲେ ଭଞ୍ଜନଗର ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ଵାଇଁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ବୁଧବାର ଦିନ ପ୍ରସନ୍ନ କୁମାର ସ୍ଵାଇଁଙ୍କ ଘର ସମେତ ୮ଟି ଠିକଣା ଉପରେ ବୁଧବାର ଦିନ ଚଢ଼ଉ କରିଥିଲା ଭିଜିଲାନ୍ସ ଟିମ୍।

ପ୍ରସନ୍ନ କୁମାର ସ୍ଵାଇଁଙ୍କ ଭଞ୍ଜନଗର ବାଗଦେବୀ ରୋଡରେ ଥିବା ଦୁଇଟି ୩ ମହଲା ବିଶିଷ୍ଟ ଘର, ବ୍ରହ୍ମପୁର ତୁଳସୀ ନଗରରେ ଥିବା ୪ ମହଲା ବିଶିଷ୍ଠ କୋଠା, ଭଞ୍ଜନଗରରେ ଥିବା ସମ୍ପର୍କୀୟଙ୍କ ଘର, ଭାଇଙ୍କ ଘର, ଭଞ୍ଜନଗର ସ୍ଥିତ କାର୍ଯ୍ୟାଳୟ ଓ ଲୁଡୁଲୁଡ଼ିଠାରେ ଥିବା ପୈତୃକ ଘର ସମେତ ମୋଟ ୮ଟି ସ୍ଥାନରେ ଚଢ଼ଉ କରାଯାଇଥିଲା।  

ଚଢ଼ଉ ବେଳେ ପ୍ରସନ୍ନ କୁମାର ସ୍ଵାଇଁଙ୍କ ୬ଟି ବହୁତଳ କୋଠା ଠାବ କରିଛି ଭିଜିଲାନ୍ସ ଟିମ୍, ଯାହାର ଆନୁମାନିକ ମୂଲ୍ୟ ୨କୋଟି ୪୦ଲକ୍ଷ ହେବ। ବ୍ରହ୍ମପୁରର ତୁଳସୀ ନଗରରେ ଥିବା ୪ ମହଲା କୋଠାର ମୂଲ୍ୟ ପ୍ରାୟ ୨ କୋଟି ୪୦ ଲକ୍ଷ ଟଙ୍କା ଆକଳନ କରାଯାଇଛି। ଏହା ସହ ତାଙ୍କ ନାଁରେ ଦୁଇଟି ୩ ମହଲା ବିଶିଷ୍ଟ କୋଠା, ୨ଟି ଦୁଇମହଲା ବିଶିଷ୍ଟ କୋଠା, ୫ଟି ପ୍ଲଟ, ନଗଦ ୨୩ ଲକ୍ଷ ୯୪ ହଜାର ଟଙ୍କା ଏବଂ ୨୦୦ଗ୍ରାମର ସୁନା ଗହଣା ଠାବ କରାଯାଇଛି। ଜବତ ସମ୍ପତ୍ତି ସମ୍ପର୍କରେ ପ୍ରସନ୍ନ କୁମାର ସ୍ଵାଇଁ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ତାଙ୍କୁ ଗୁରୁବାର ଦିନ ଗିରଫ କରାଯାଇଛି।

ଦୀର୍ଘ ଦିନ ହେଲା ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ଵାଇଁଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ଅଭିଯୋଗ ହୋଇଆସୁଥିଲା। ଅଭିଯୋଗ ଆଧାରରେ ତାଙ୍କର ବିଭିନ୍ନ ଠିକଣା ଉପରେ ଚଢ଼ଉ କରିଥିଲା ଭିଜିଲାନ୍ସ ଟିମ୍।

ଚଢ଼ଉରେ ୭ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ଓ ଏଏସ୍ଆଇ ସାମିଲ ଅଛନ୍ତି।

Tags: #VigilanceRaid #WaterResourcesDeptAssistantEngineer #Bhanjanagar #Odisha

LEAVE A REPLY

Please enter your comment!
Please enter your name here