ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟରେ ନାସନାଲ ସର୍ଭିସ ସ୍କିମ ବା ଏନଏସଏସ୍ ଦିବସ ପାଳିତ ହୋଇଛି। ମଙ୍ଗଳବାର ଏହି ଅବସରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଓଡ଼ିଶା ରେଡ୍ କ୍ରସ୍ ସୋସାଇଟିର ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଭୁବନେଶ୍ୱର-କଟକର ପୋଲିସ କମିଶନର ସଞ୍ଜୀବ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୋଟ ୨୦୫ ଜଣ ବ୍ୟକ୍ତି ରକ୍ତଦାନ କରିଥିଲେ। କାର୍ଯ୍ୟକ୍ରମରେ ରକ୍ତଦାନର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହାସହ ସାମାଜିକ ବିକାଶ ଦିଗରେ ଏନଏସଏସ୍ ଏବଂ ଯୁବ ସ୍ୱେଚ୍ଛାସେବୀଙ୍କ ଉତ୍ସର୍ଗୀକୃତ ସେବାକୁ ପ୍ରଦର୍ଶିତ କରାଯାଇଥିଲା।

“ଯେଉଁମାନେ ରକ୍ତଦାନ କରନ୍ତି ସେମାନେ ଅନ୍ୟର ଜୀବନ ବଞ୍ଚାଇବାରେ ମହତ୍ଵପୂର୍ଣ୍ଣ ଯୋଗଦାନ ଦେଇଥାନ୍ତି। ରକ୍ତଦାନ ଦ୍ଵାରା ଆମେ ମୂଲ୍ୟବାନ ଜୀବନ ବଞ୍ଚାଇ ପାରିଥାଉ। ରକ୍ତଦାନ ମାଧ୍ୟମରେ ଆମେ ବିଶ୍ୱକୁ ଏକ ଉତ୍ତମ ସ୍ଥାନରେ ପରିଣତ କରିପାରିବା”, କହିଛନ୍ତି ସଞ୍ଜୀବ ପଣ୍ଡା।

ଏହି ଅବସରରେ ସେ ସାମାଜିକ ସ୍ୱାର୍ଥ ପାଇଁ ଯୁବ ବର୍ଗଙ୍କୁ ରକ୍ତଦାନ କରିବାକୁ ପ୍ରେରିତ କରିଥିଲେ। ଶିବିରରେ ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ, ଏବଂ ଛାତ୍ରଛାତ୍ରୀମାନେ ରକ୍ତଦାନ କରିଥିଲେ।

Tags: #XIMUniversity #NSSDay #BloodDonationCamp #IndianRedCrossSociety #Odisha

LEAVE A REPLY

Please enter your comment!
Please enter your name here