ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରରର ପୁଣେ ଜିଲ୍ଲା ଶିକ୍ରାପୁରଠାରେ ପ୍ରବାସୀ ଓଡ଼ିଆ ସଙ୍ଗଠନ ସ୍ପ୍ରେଡ ହାପିନେସ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମାର୍ଚ୍ଚ ୧୯ ତାରିଖ ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମତିଥିରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା।

ହାପିନେସ ଫାଉଣ୍ଡେସନର ମୁଖ୍ୟ ସଞ୍ଚାଳକ ତଥା ଅଧ୍ୟକ୍ଷ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରକ୍ତଦାନ ଶିବିରକୁ ସ୍ଥାନୀୟ ସରପଞ୍ଚ ରାମଦାସ ସାସ୍ୱଡେ, ୟଶକୀର୍ତ୍ତି ଫାଉଣ୍ଡେସନ ଅଧ୍ୟକ୍ଷା ମଙ୍ଗଳା ସାସ୍ୱଡେ ଏବଂ କେଇଏମ ବ୍ଲଡ ବ୍ୟାଙ୍କର କର୍ତ୍ତୃପକ୍ଷ ଉଦଘାଟନ କରିଥିଲେ।

ରକ୍ତଦାନ ମହାପୂଣ୍ୟ, ଜଣେ ମଣିଷର ରକ୍ତଦାନ ଅନ୍ୟକୁ ନୂଆ ଜୀବନ ଦେଇଥାଏ ବୋଲି ଅତିଥିମାନେ ଏହି ଅବସରରେ କହିଥିଲେ। ରକ୍ତଦାନ କରିବାକୁ ସମସ୍ତେ ଆଗେଇ ଆସିବାକୁ ଆହ୍ଵାନ କରାଯିବା ସହ ରକ୍ତଦାତାଙ୍କୁ ଏହି ଅବସରରେ ସ୍ପ୍ରେଡ ହାପିନେସ ଫାଉଣ୍ଡେସନ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଥିଲା।

ଫାଉଣ୍ଡେସର ସଦସ୍ୟ ଆନନ୍ଦ ମହାପାତ୍ର, ସୋରଜ ରାଉଳ, ଦେବୀପ୍ରସାଦ ମହାନ୍ତି, ସତ୍ୟପ୍ରକାଶ ଦାସ ଓ ଗଣେଶ ମହାନ୍ତି ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Tags: #SpreadHappinessFoundation #OdiaSangathan #BloodDonationCamp #Pune

LEAVE A REPLY

Please enter your comment!
Please enter your name here