ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ସେପ୍ଟେମ୍ବର ୩୦ ତାରିଖରୁ ଆରମ୍ଭ ହେବ ଦୁଇଦିନିଆ ଜାତୀୟ ଅନୁବାଦକ ସମ୍ମିଳନୀ-୨୦୨୪। ବିଶ୍ୱବିଦ୍ୟାଳୟ ପକ୍ଷରୁ ଭାରତୀୟ ଅନୁବାଦ ସାହିତ୍ୟର ମିଳିତ ସହଯୋଗରେ ସମ୍ମିଳନୀର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି। ଏହା ଅକ୍ଟୋବର ୧ ତାରିଖ ଯାଏଁ ଚାଲିବ। ଏନେଇ ବିଶ୍ଵବିଦ୍ୟାଳୟର ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଅନୁବାଦକ ସମ୍ମିଳନୀରେ ୧୦ଟି ରାଜ୍ୟର ୫୨ ଜଣ ଅନୁବାଦକ ଯୋଗ ଦେବେ। ଏଠାରେ ଓଡ଼ିଶାର ପ୍ରଫେସର ବିଜୟ କୁମାର ମହାନ୍ତି ଓ ଆସାମର କବିତା ଦତ୍ତ ଗୋସ୍ଵାମୀଙ୍କୁ ଭାରତୀୟ ଅନୁବାଦ ସହିତ୍ୟ ସମ୍ମାନ ପୁରସ୍କାର ପ୍ରଦାନ କରାଯିବ।

ଏହି ସମ୍ମିଳନୀରେ ୧୦ଟି ଅଧିବେଶନରେ ୧୦ଟି ଅନୁବାଦ ପୁସ୍ତକ ଲୋକାର୍ପିତ କରାଯିବା। ଏହାସହ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ୧୦ଟି ଗଳ୍ପର ହିନ୍ଦୀ ଅନୁବାଦ ପୁସ୍ତକ ଲୋକାର୍ପିତ ହେବ।

ଏହି ଅବସରରେ ୨୫ ଜଣ ଓଡ଼ିଆ ଯୁବ କବିଙ୍କ ହିନ୍ଦୀ ଅନୁବାଦ କବିତା ସଂକଳନକୁ ପାଠକାର୍ପିତ କରାଯିବାର କାର୍ଯ୍ୟକ୍ରମ ରହିଛି।

ସମ୍ମିଳନୀର ପ୍ରମୁଖ ଅଧିବେଶନଗୁଡ଼ିକ ହେଲା-

  • ଅନୁବାଦ ଓ ଅନୁବାଦ ଅଧ୍ୟୟନରେ ପ୍ରଯୁକ୍ତିର ପ୍ରଭାବ
  • ଅନୁବାଦ ତଥା ଅନୁବାଦକର ସମସ୍ୟା-ସାମର୍ଥ୍ୟ ଓ ସମ୍ଭାବନା
  • ଫକୀରମୋହନଙ୍କ ସାହିତ୍ୟ କୃତିର ଅନୁବାଦ
  • ପ୍ରଭାଭଶାଳୀ ଅନୁବାଦ
  • ବହୁଭାଷୀ ଅନୁଦିତ କାବ୍ୟ ପାଠ
  • ଅନୁବାଦ ପ୍ରକ୍ରିୟା ଓ ସୃଜନଶୀଳତାର ଉପଯୋଗ ତଥା
  • ସାହିତ୍ୟ ଅନୁବାଦ: ସାଂସ୍କୃତିକ ସେତୁ ନିର୍ମାଣ

Tags: #NationalTranslatorsconference #Translation #Literature #FMUniversity #Baleswar

Comment