ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବେ ଦୁଇ ଦିନଆ ଗସ୍ତରେ ପାକିସ୍ତାରେ ଅଛନ୍ତି। ବୁଧବାର ସେ ଏଠାରେ ସାଂଘାଇ କୋପରେଶନ ଅର୍ଗାନାଇଜେସନ (ଏସସିଓ) ସମ୍ମିଳନୀରେ ଯୋଗ ଦେଇଛନ୍ତି। କଶ୍ମୀର ଓ ଆତଙ୍କବାଦ ପ୍ରସଙ୍ଗରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା କମିନଥିଲେ ମଧ୍ୟ ଏସସିଓ ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ ନିଜ ପ୍ରତିନିଧି ପଠାଇଛି। ୯ ବର୍ଷ ପରେ ଭାରତର ବୈଦେଶିକ ମନ୍ତ୍ରୀ ପାକିସ୍ତାନ ମାଟିରେ ପାଦ ରଖିଛନ୍ତି।

ଡକ୍ଟର ଏସ୍ ଜୟଶଙ୍କର ମଙ୍ଗଳବାର ଅପରାହ୍ଣରେ ଇସଲାମବାଦରେ ପହଞ୍ଚିଥିଲେ। ଏଠାରେ ପାକିସ୍ତାନ ବିଦେଶ ମନ୍ତ୍ରାଳୟର ଅଧିକାରୀମାନେ ତାଙ୍କର ସ୍ଵାଗତ କରିଥିଲେ। ଏହାପରେ ସେ ମଙ୍ଗଳବାର ରାତିରେ ପାକସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏସସିଓ ସଦସ୍ୟ ରାଷ୍ଟ୍ରର ପ୍ରତିନିଧିମାନଙ୍କ ନିଜ ଘରେ ଆୟୋଜନ କରିଥିବା ନୈଶ୍ୟଭୋଜନର ଯୋଗ ଦେଇଥିଲେ। ଏହି ଅବସରରେ ଶରିଫ ଏବଂ ଜୟଶଙ୍କରଙ୍କ ସାକ୍ଷତ ହୋଇଥିଲା। ଉଭୟ ନେତା ହାତ ମିଳାଇଥିଲେ ଏବଂ ଖୁବ ସଂକ୍ଷିପ୍ତ କଥାବାର୍ତ୍ତା ବି କରିଥିଲେ।

ତେବେ ଡକ୍ଟର ଏସ୍ ଜୟଶଙ୍କର ପାକିସ୍ତାନରେ ପହଞ୍ଚିବାର କିଛି ଘଣ୍ଟା ପରେ ଏକ ସେଠାକାର ସରକାର ଏକ ବୟାନ ଜାରି କରି କହିଥିଲେ ଯେ, “ପାକିସ୍ତାନ ସହ ଦ୍ୱିପାକ୍ଷିକ ବୈଠକ କରିବାକୁ ଭାରତ ଆଗ୍ରହୀ କି ନୁହେଁ ତାହା ଭାରତକୁ ସ୍ଥିର କରିବାକୁ ପଡ଼ିବ। ଏସସିଓ ସମ୍ମିଳନୀର ଆୟୋଜକ ଭାବେ ପାକିସ୍ତାନ ଅତିଥି ରାଷ୍ଟ୍ରମାନଙ୍କ ପସନ୍ଦ ଅନୁସାରେ କାମ କରିବ। ଆମେ ପ୍ରସ୍ତାବ ଦେଇ ପାରିବୁ ନାହିଁ। ଅତିଥିଙ୍କ ଅନୁସାରେ ଆମକୁ କାମ କରିବାକୁ ପଡିବ। ଯଦି କୌଣସି ଦେଶ ଦ୍ୱିପାକ୍ଷିକ ଆଲୋଚନା ଚାହିଁବେ ତେବେ ଆମେ ନିଶ୍ଚିତ ଭାବେ ଖୁସି ହେବୁ।”

୨୦୧୫ ମସିହା ଡିସେମ୍ବର ୮ ଏବଂ ୯ ତାରିଖରେ ଭାରତର ତତକାଳୀନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ପାକିସ୍ତାନ ଗସ୍ତ କରିଥିଲେ। ସେତେବେଳେ ଡକ୍ଟର ଏସ୍ ଜୟଶଙ୍କର ବିଦେଶ ସଚିବ ଭାବେ ସୁଷମା ସ୍ୱରାଜଙ୍କ ଟିମରେ ସାମିଲ ହୋଇ ପାକିସ୍ତାନ ଯାଇଥିଲେ।

ଏହାପରେ ମେ’ ୨୦୨୩ରେ ପାକିସ୍ତାନର ତତ୍କାଳୀନ ବିଦେଶ ମନ୍ତ୍ରୀ ବିଲାବଲ ଭୁଟ୍ଟୋ ଜରଦାରୀ ଏସସିଓ ଦେଶର ବିଦେଶ ମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବା ପାଇଁ ଭାରତ ଆସିଥିଲେ। ଏହି ବୈଠକ ଗୋଆରେ ଆୟୋଜିତ ହୋଇଥିଲା। ୧୨ ବର୍ଷ ବ୍ୟବଧାନ ପରେ ଏହା ଥିଲା ପାକିସ୍ତାନ ବିଦେଶ ମନ୍ତ୍ରୀଙ୍କ ପ୍ରଥମ ଭାରତ ଗସ୍ତ।

Tags: #SJaisankar #PakistanVisit #SCOSummit #Islamabad #Pakistan

LEAVE A REPLY

Please enter your comment!
Please enter your name here