ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

କିର୍ଗିସ୍ତାନର ରାଜଧାନୀ ବିସ୍‌କେକ୍‌ଠାରେ ଆଜିଠୁ ଆରମ୍ଭ ହୋଇଛି ଏସ୍‌ସିଓ ସମ୍ମିଳନୀ। ଏହି ସମ୍ମିଳନୀରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ଜିନ୍‌ପିଙ୍ଗଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହି ଆଲୋଚନାରେ ପାକିସ୍ତାନ ପ୍ରସଙ୍ଗ ରହିଥିଲା। ପାକିସ୍ତାନ ଯେଉଁଭଳି ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି ସେ ବିଷୟରେ ଆଲୋଚନା ହୋଇଥିଲା।

ଏହାସହ ଜିନ୍‌ପିଙ୍ଗଙ୍କୁ ଭାରତ ଆସିବା ପାଇଁ ମୋଦି ଆମନ୍ତ୍ରଣ କରିଛନ୍ତି। ଅଣଅନୁଷ୍ଠାନିକ ଆଲୋଚନା ପାଇଁ ମୋଦି ଏହି ଆମନ୍ତ୍ରଣ ଦେଇଛନ୍ତି। ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ମଧ୍ୟ ମୋଦି ଆଲୋଚନା କରିଥିଲେ।

ବୈଦେଶିକ ସଚିବ ବିଜୟ ଗୋଖଲେ କହିଛନ୍ତି, ‘‘ଭାରତ ଏବଂ ଚୀନ ମଧ୍ୟରେ ପ୍ରତିନିଧି ମଣ୍ଡଳ ସ୍ତରୀୟ ଆଲୋଚନା ହୋଇଥିଲା। ଭାରତ ଏବଂ ଚୀନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ କେମିତି ମଜଭୁତ ହେବ ସେନେଇ ଆଲୋଚନା ହୋଇଥିଲା।

ଏହି ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମଧ୍ୟ ସାମିଲ ହୋଇଛନ୍ତି। ହେଲେ ମୋଦି ଏବଂ ଇମ୍ରାନଙ୍କ ଭିତରେ କୌଣସି ଆଲୋଚନା ହେବାର ନାହିଁ।

Comment