ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାରେ ଏନଡିଆରଏଫ ଓ ଓଡ୍ରାଫ ଟିମ୍ ନିୟୋଜିତ ହୋଇଛନ୍ତି। ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ମଙ୍ଗଳବାର ୧୦ଟି ଏନଡିଆରଏଫ ଟିମ୍ ମୁତୟନ ହୋଇଛନ୍ତି। ଅଧିକ ଏନଡିଆରଏଫ ଟିମ୍ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର।

ମଙ୍ଗଳବାର କଟକ ମୁଣ୍ଡୁଳି ସ୍ଥିତ ଏନଡିଆରଏଫ ବେସ କ୍ୟାମ୍ପରୁ ଟିମଗୁଡ଼ିକ ବିଭିନ୍ନ ଜିଲ୍ଲାକୁ ବାହାରିଛନ୍ତି। ସେମାନେ ନିଜ ସହ ଉଦ୍ଧାରକାର୍ଯ୍ୟରେ ଲାଗିବାକୁ ଥିବା ବିଭିନ୍ନ ଉପକରଣ ନେଇଛନ୍ତି।     

ଅନ୍ୟପଟେ ବାତ୍ୟା ‘ଦାନା’ର ମୁକାବିଲା ଲାଗି ରାଜ୍ୟର ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାରେ ନିୟୋଜିତ ହୋଇଛନ୍ତି ୧୭ଟି ଓଡ୍ରାଫ ଟିମ। ଏଥି ମଧ୍ୟରୁ ଗଞ୍ଜାମରେ ଗୋଟିଏ, ପୁରୀରେ ୨ଟି, ଜଗତସିଂହପୁରରେ ୨ଟି, କେନ୍ଦ୍ରାପଡ଼ାରେ ୨ଟି, କଟକରେ ଗୋଟିଏ, ଖୋର୍ଦ୍ଧାରେ ୨ଟି, ଯାଜପୁରରେ ଗୋଟିଏ, ଭଦ୍ରକରେ ୨ଟି, ବାଲେଶ୍ଵରରେ ୨ଟି ଓ ମୟୁରଭଞ୍ଜରେ ୨ଟି ହେବେ ନିୟୋଜିତ ହୋଇଛନ୍ତି।

ତେବେ ପରିସ୍ଥିତିକୁ ଦେଖି ଆହୁରି ଅଧିକ ଏନଡିଆରଏଫ ଏବଂ ଓଡ୍ରାଫ ଟିମ୍ ନିୟୋଜିତ କରାଯିବ ବୋଲି ସ୍ଵତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇଛନ୍ତି।

Tags: #CycloneDana #NDRF #ODRAF #Rainfall #IMD #MCBBSR #Odisha

LEAVE A REPLY

Please enter your comment!
Please enter your name here