ଓଡ଼ିଶାଲାଇଭ୍ ବ୍ୟୁରୋ

ଧନତେରସକୁ ଧନ ଓ ସମ୍ପଦର ପର୍ବ କୁହାଯାଏ। ଧନତେରସରେ ସୁନା ରୂପା କିଣିବା ଶୁଭ ବୋଲି ମନେ କରାଯାଏ। ବର୍ଷ ଯାକ ଲୋକେ ଅପେକ୍ଷା କରିଥାନ୍ତି ଧନତେରାସରେ ସୁନା କିଣିବା ପାଇଁ। ଚଳିତବର୍ଷ ମଧ୍ୟରେ ଧନତେରସରେ ଭାରତରେ ସୁନାରୂପାର ଭଲ କାରବାର ହୋଇଛି।

ଏକ ଆକଳନ ଅନୁସାରେ ଏଥର ଧନତେରସରେ ସାରା ଭାରତରେ ୨୦ ହଜାର କୋଟି ଟଙ୍କାର ସୁନା ବିକ୍ରି ହୋଇଛି। କେବଳ ଧନତେରାସ ନୁହେଁ, ବିଭିନ୍ନ ପର୍ବପର୍ବାଣୀ ତଥା ବିବାହ ସିଜିନରେ ଭାରତୀୟମାନେ ବ୍ୟପାକ ମାତ୍ରାରେ ସୁନା କିଣିଥାନ୍ତି। ତେବେ ଏହି ସୁନା କେତେ ପ୍ରକାରର? ସୁନାର କ୍ୟାରେଟ କ’ଣ ? ଆସନ୍ତୁ ଜାଣିବା, ଶୁଦ୍ଧ ସୁନାର ଭିତିରି କଥା।

ଅନ୍ୟ ଧାତୁଠାରୁ ଦାମୀ ହେଉଛି ସୁନା। ଏହାର ସନ୍ଧାନ ପ୍ରଥମେ ପ୍ରାଚୀନ ମିଶରରେ ଖ୍ରୀଷ୍ଟପୂର୍ବ ୨୪୫୦ ସମୟରେ ହୋଇଥିଲା। ସେ ସମୟରେ ଜୋସିମୋସ ନାମକ ଜଣେ ବ୍ୟକ୍ତି ମାଟି ଖୋଳୁ ଖୋଳୁ ଏକ ଧାତୁ ପାଇଲେ। ଏହା ଚମକୁଥିଲା। ଏହି ଧାତୁ ଥିଲା ସୁନା। ପରେ ପରେ ଏହି ସୁନାକୁ ଅଳଙ୍କାର, ମୂର୍ତ୍ତି ନିର୍ମାଣରେ ବ୍ୟବହାର କରାଯିବା ସହ କିଣାବିକା ପାଇଁ ମଧ୍ୟ ବ୍ୟବହାର କରାଗଲା। ତେବେ ବୁଲଗେରିଆ ମିଳିଥିବା ସୁନାର କିଛି ପ୍ରାଚୀନ ବସ୍ତୁ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀର ହୋଇଥିବା ଜଣାପଡ଼ିଛି।

ସୁନା କେତେ ପ୍ରକାରର ସୁନା?

ସୁନାର ବୈଜ୍ଞାନିକ ନାମ ହେଲା ‘ଏୟୁ’। ପ୍ରାଚୀନ ଲାଟିନ ଶବ୍ଦ ‘ଆରାମ’ ଶବ୍ଦରୁ ଏହାକୁ ସଂଗ୍ରହ କରାଯାଇଛି ଯାହାର ଅର୍ଥ ‘ଚମକୁଥିବା ସକାଳ’ ବା ‘ସୂର୍ଯ୍ୟୋଦୟର ଚମକ’। ଏହାର ଆଟୋମିକ୍ ନମ୍ବର ହେଲା ୭୯ ବିଶ୍ୱରେ ରଙ୍ଗ ଏବଂ କ୍ୟାରେଟ ଆଧାରରେ ୧୫ରୁ ଅଧିକ ପ୍ରକାରର ସୁନା ଦେଖିବାକୁ ମିଳିଥାଏ। ସୁନାର ରଙ୍ଗ ହଳଦିଆ ହୋଇଥାଏ। ହେଲେ ଏହାକୁ ଅନ୍ୟ ଧାତୁ ସହ ମିଶାଇ କଳା, ଧଳା, ସବୁଜ, ବାଇଗଣୀ, ଗୋଲାପି ରଙ୍ଗ ସୁନା ହେଉଥିବା ଦେଖିବାକୁ ମିଳିଥାଏ ।

କ୍ୟାରେଟ କ’ଣ?

ସୁନା ଦେଖିବା ମାତ୍ରେ ଲୋକେ ପଚାରିଥାନ୍ତି କେତେ କ୍ୟାରେଟର ସୁନା? ତେବେ କ‘ଣ ଏହି କ୍ୟାରେଟ  ସୁନାର ଶୁଦ୍ଧତା ମାପିବା ପାଇଁ ଆମେ ବ୍ୟବହାର କରିଥାଉ। ସୁନାକୁ ୨୪ ଅଂଶରେ ଭାଗ କରାଯାଇ ମାପ କରାଯାଏ। ଏଥିରୁ ଜଣାପଡିଥାଏ ଏହି ସୁନାରେ ଅନ୍ୟ କେଉଁ କେଉଁ ଧାତୁ ମିଶି ରହିଛି।

୨୪ କ୍ୟାରେଟ ସବୁଠାରୁ ଶୁଦ୍ଧ ସୁନା ବୋଲି ଗ୍ରହଣ କରାଯାଏ ଏବଂ ଏହା ସବୁଠାରୁ ଅଧିକ ଲୋକପ୍ରିୟ। ତେବେ ଏହି ୨୪ କ୍ୟାରେଟ ସୁନା ଏତେ ନରମ ଯେ ଏଥିରେ ଅଳଙ୍କାର ତିଆରି କରାଯାଇ ପାରିବ ନାହିଁ। ଏହାକୁ ମଜବୁତ କରିବା ପାଇଁ ଅନ୍ୟଧାତୁ ମିଶାଯାଏ। ସୁନା ଯେତେ କମ କ୍ୟାରେଟର ହୋଇଥାଏ ଏହାର ଦାମ ସେତେ କମି କମି ଯାଇଥାଏ।

କେତେ ପ୍ରକାର କ୍ୟାରେଟ ରହିଛି ?

ସାଧାରଣତଃ ୫ ପ୍ରକାର ସୁନା କ୍ୟାରେଟ ପ୍ରଚଳିତ ହେଉଛି। ୨୪, ୨୨, ୧୮, ୧୪ ଓ ୧୦ କ୍ୟାରେଟ। ୨୪ କ୍ୟାରେଟ ସୁନା ସବୁଠାରୁ ଅଧିକ ଶୁଦ୍ଧ। ଏଥିରେ ଅନ୍ୟ କୌଣସି ଧାତୁ ମିଶି ନ ଥାଏ। ଏହି ପ୍ରକାରର ସୁନା ସାଧାରଣତଃ ଘରେ ଏବଂ ଅନ୍ତର୍ଜାତୀୟ ବଜାରରେ ଉପଲବ୍ଧ ହୋଇଥାଏ। ନିବେଶ ପାଇଁ ଏହା ଭଲ ହୋଇଥାଏ

୨୨ କ୍ୟାରେଟ ସୁନାରେ ୯୧.୬ ପ୍ରତିଶତ ସୁନା ଓ ବାକି ଅନ୍ୟ ଧାତୁ ମିଶ୍ରଣ ହୋଇଥାଏ। ସେହିପରି ୧୮ କ୍ୟାରେଟରେ ୭୫ ପ୍ରତିଶତ, ୧୪ କ୍ୟାରେଟରେ ୫୮.୩ ପ୍ରତିଶତ ଓ ୧୦ କ୍ୟାରେଟରେ ୪୧.୭ ପ୍ରତିଶତ ସୁନା ଥାଏ।  

Tags: #Gold #GoldTypes #Ornaments #Dhanteras #India

Comment